/odishatv-khabar/media/post_attachments/uploadimage/library/16_9/16_9_0/____1680428767.jpg)
Bus With 22 Onboard Falls Into Gorge In Uttarakhand
ଉତ୍ତରାଖଣ୍ଡର ମସୁରୀ-ଡେରାଡୁନ୍ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖାଇକୁ ବସ୍ ଖସି ପଡ଼ିବା ଯୋଗୁ ୨୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର ଥିବାବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡ୍ରାଇଭର ନିୟନ୍ତ୍ରଣ ହରାଇବା ଯୋଗୁ ଖାଇକୁ ବସ୍ ଖସି ପଡ଼ିଥିବା ଜଣାପଡ଼ିଛି। ଖବରପାଇ ପ୍ରଶାସନ, ପୋଲିସ୍, ଆଇଟିବିପି(Indo-Tibetan Border Police), ଅଗ୍ନିଶମ ବାହିନୀ ଓ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ସୂଚନା ଅନୁସାରେ, ବସ୍ଟି ଡେରାଡୁନ୍ ଅଭିମୁଖେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇବା ଯୋଗୁ ମସୁରୀ-ଡେରାଡୁନ୍ ରାସ୍ତାରେ ଖାଇକୁ ଖସି ପଡ଼ିଥିଲା। ଖବର ମିଳିବା ପରେ ପୋଲିସ୍ ସମେତ ITBP ଓ ଅନ୍ୟ ରେସ୍କ୍ୟୁ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
#UPDATE | Uttarakhand: 22 people, including the driver, were in the bus that fell into a ditch on the Mussoorie-Dehradun road. All the passengers were injured in the accident & were rescued, condition of three of them is serious: Mussoorie police https://t.co/KKsDv4oGnR
— ANI UP/Uttarakhand (@ANINewsUP) April 2, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)