Advertisment

ଭୟଙ୍କର ଘୂର୍ଣ୍ଣିଝଡ଼: ନେଲା ୨୧ ଜୀବନ, ଭାଙ୍ଗିଲା ଅନେକ ଘର

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Tornado in US

21 Dead After Devastating Tornadoes In US States

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକାର ବିଭିନ୍ନ ସ୍ଥାନରେ ହୋଇଥିବା ଝଡ଼ ତୋଫାନରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶୁକ୍ରବାରରୁ ଶନିବାର ମଧ୍ୟରେ ୬୦ଟି ଟର୍ଣ୍ଣାଡୋ ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକଙ୍କ ଜୀବନ ଚାଲି ଯାଇଛି। ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି।

Advertisment

ଅରକନସାସ୍ ଏବଂ ଇଲିନଏସ୍ ସହର ନିକଟରେ ଘୂର୍ଣ୍ଣିଝଡ଼ର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା । ପ୍ରାୟ ୯୦ ହଜାର ଲୋକଙ୍କ ଘରେ ବିଜୁଳି ବିଚ୍ଛିନ୍ନ ହୋଇଯାଇଛି। ଇଣ୍ଡିଆନାର ଗ୍ରାମାଞ୍ଚଳରେ ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ଘୂର୍ଣ୍ଣିଝଡ଼ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପୀଡ଼ିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟତଃ ଆମେରିକାର ମଧ୍ୟ ଓ ଦକ୍ଷିଣ ଅଞ୍ଚଳରେ ଏହି ଘୂର୍ଣ୍ଣିଝଡ଼ ବିନାଶ ସୃଷ୍ଟି କରିଛି। ପାଖାପାଖି ୬୦ଟି ସ୍ଥାନରେ ଏହି ଝଡ଼ ତୋଫାନର ପ୍ରଭାବ ଦେଖିବାକୁ ମିଳିଥିଲା। ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏହି ଘୂର୍ଣ୍ଣିଝଡ଼ ଦେଖିବାକୁ ମିଳିଥିଲା। ଶତାଧିକ ଘର ଭାଙ୍ଗିବା ସହ ଅନେକ ଲୋକ ଆହତ ହୋଇଥିଲେ।

Advertisment
Tornadoes
Advertisment
Advertisment