/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680429677.jpg)
Italian government seeks to ban English
ବ୍ୟାନ୍ ହେବ ଇଂରାଜୀ ଭାଷା । କେହି ଇଂରାଜୀ କହିଲେ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡ଼ିବ । ଇଟାଲୀ ସରକାର ଖୁବ୍ ଶୀଘ୍ର ନିଜ ଦେଶରେ ଇଂରାଜୀ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ସରକାରୀ କ୍ଷେତ୍ରରେ ଇଂରାଜୀ କିମ୍ବା ଅନ୍ୟ କୌଣସି ବିଦେଶୀ ଭାଷା ବ୍ୟବହାର କଲେ ଇଟାଲୀୟ ନାଗରିକ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଇଟାଲୀ ପ୍ରଧାନମନ୍ତ୍ରୀ ଏକ ନୂତନ ନିୟମ ପ୍ରଣୟନ କରିଛନ୍ତି । ନୂଆ ନିୟମ ଅନୁସାରେ ସରକାରୀ କ୍ଷେତ୍ରରେ କୌଣସି ପ୍ରକାର ବିଦେଶୀ ଭାଷା, ବିଶେଷ କରି ଇଂରାଜୀ ଭାଷାର ବ୍ୟବହାର କରାଯିବ ନାହିଁ । ଯଦି କେହି ନିୟମ ଉଲ୍ଲଂଘନ କରେ, ତେବେ ଏକ ମିଲିୟନ୍ ୟୁରୋ ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ।
ଅଧିକ ପଢ଼ନ୍ତୁ:ଏହି ଦେଶରେ ଅଜବ ଟ୍ରାଫିକ ନିୟମ, ଲୋକ ଖୁସି କିନ୍ତୁ ପୋଲିସ ନାକେଦମ !
ସିଏନ୍ଏନ୍ ଅନୁଯାୟୀ, ଇଟାଲୀୟ ନାଗରିକମାନେ ସରକାରୀ ଯୋଗାଯୋଗ ସମୟରେ ଇଂରାଜୀ କିମ୍ବା ଅନ୍ୟ କୌଣସି ବିଦେଶୀ ଭାଷା ବ୍ୟବହାର କରନ୍ତି, ୧,୦୮,୭୦୫ ଆମେରିକୀ ଡଲାର ପର୍ଯ୍ୟନ୍ତ ଫାଇନ୍ ଗଣିବେ ।
ଇଟାଲୀର ଚାମ୍ବର ଅଫ୍ ଡେପୁଟି (ନିମ୍ନ ଗୃହ)ର ନେତା ଫାବିଓ ରାମ୍ପେଲି (Fabio Rampelli) ଏହି ଆଇନ ଉପସ୍ଥାପନ କରିଛନ୍ତି । ଆଉ ଏହି ଆଇନ୍ ଉପରେ ମୋହର ମାରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ । କୌଣସି ବିଦେଶୀ ଭାଷା ବ୍ୟବହାର ନକରିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଛି । ତେବେ ବିଶେଷ ଭାବରେ "ଆଙ୍ଗ୍ଲୋମାନିଆ" ଓ ଇଂରାଜୀ ଭାଷାର ବ୍ୟବହାର ଉପରେ ଅଧିକ ଧ୍ୟାନ ଦିଆଯାଇଛି ।
ନୂଆ ଆଇନ୍ ଅନୁସାରେ ବିଦେଶୀ ଭାଷାର ବ୍ୟବହାର, ଇଟାଲୀ ଭାଷାକୁ ଅପମାନିତ କରୁଛି । ତେଣୁ ଏପରି ଆଇନ୍ ଅଣାଯାଇଛି । ତଥାପି ଏହି ବିଲକୁ ଏବେ ସୁଦ୍ଧା ସଂସଦକୁ ବିତର୍କ ପାଇଁ ପଠାଯାଇ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)