Advertisment

PM Modi criticizes Congress And AAP: କଂଗ୍ରେସ ଓ ଆପ୍‌କୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସୋନିଆଙ୍କ ଅପମାନସୂଚକ ଶବ୍ଦ ପ୍ରୟୋଗକୁ ନେଇ ବର୍ଷିଛନ୍ତି ମୋଦି। କହିଛନ୍ତି, ଜଣେ ମହିଳା ରାଷ୍ଟ୍ରପତି ଅପମାନିତ ହେଉଛନ୍ତି। ମୁଁ ରାଜନୈତିକ ନିରାଶା ବୁଝିପାରୁଛି। କିନ୍ତୁ ରାଷ୍ଟ୍ରପତିଙ୍କୁ ଅପମାନ କାହିଁକି ?

author-image
Manoranjan Sial
undefined

PM Modi

ଲୋକସଭାରେ ବିରୋଧୀ କଂଗ୍ରେସ ଓ ଆପ୍‌କୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ବୋଧନରେ ଗାନ୍ଧି ପରିବାରକୁ ଜୋରଦାର ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ। ସୋନିଆ, ରାହୁଲ ଓ ପ୍ରିୟଙ୍କାଙ୍କୁ ଇଙ୍ଗିତ କରି ମୋଦି ପଚାରିଛନ୍ତି- କୌଣସି ପରିବାରର ୩ ଜଣ ସଦସ୍ୟ ଏକାଥରେ ସଂସଦକୁ ଆସିଥିଲେ କି ? କୌଣସି SC/ST ପରିବାରରୁ କେବେ ଆସିଥିଲେ କି ?

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସୋନିଆଙ୍କ ଅପମାନସୂଚକ ଶବ୍ଦ ପ୍ରୟୋଗକୁ ନେଇ ବର୍ଷିଛନ୍ତି ମୋଦି। କହିଛନ୍ତି, ଜଣେ ମହିଳା ରାଷ୍ଟ୍ରପତି ଅପମାନିତ ହେଉଛନ୍ତି। ମୁଁ ରାଜନୈତିକ ନିରାଶା ବୁଝିପାରୁଛି। କିନ୍ତୁ ରାଷ୍ଟ୍ରପତିଙ୍କୁ ଅପମାନ କାହିଁକି ? ଯେଉଁମାନେ ଜୁଗ୍ଗୀ ଝୋପଡ଼ିରେ ଫଟୋଶୁଟ୍‌ କରାନ୍ତି, ସେମାନଙ୍କୁ ସଂସଦରେ ଗରିବଙ୍କ କଥା ବୋରିଂ ଲାଗେ। ପୂର୍ବରୁ ‘ଗରିବୀ ହଟାଓ’ କେବଳ ନାରାରେ ସୀମିତ ଥିଲା। ଗତ ୧୦ ବର୍ଷ ଭିତରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି ବୋଲି ମୋଦି କହିଛନ୍ତି।

କେଜରିୱାଲଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି। ସେ କହିଛନ୍ତି, ଆମେ ସାଧାରଣ ଲୋକଙ୍କ ପଇସାରେ ଶିଶ୍‌ ମହଲ କରିନୁ। ଆମେ ଦୁଇଟି AI ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଆସ୍ପିରେସନାଲ ଇଣ୍ଡିଆକୁ ନେଇ କାର୍ଯ୍ୟ କରୁଛୁ। ଆଉ କିଛି ଦଳ ଯୁବକଙ୍କୁ ନିୟମିତ ଧୋକ୍କା ଦେଇ ଆସୁଛନ୍ତି। ଏମାନେ ଆପଦା ଭାବେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ। ମୁଁ ବିଷାକ୍ତ ରାଜନୀତି କରିବାକୁ ଚାହେଁ ନାହିଁ। ଏବେ ତୁଷ୍ଟୀକରଣ ନୁହେଁ ସନ୍ତୁଷ୍ଟୀକରଣ ପାଇଁ କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment
PM Modi BJP Congress AAP
Advertisment
Advertisment