• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ତୁମେ ଫେରି ଆସ . . ତୁମ ବିନା ମୁଁ ରହିପାରିବି ନାହିଁ । ’ହାତରେ ଲାଲ୍ ଗୋଲାପ ଧରି ଗର୍ଲଫ୍ରେଣ୍ଡକୁ ମନେଇବା ପାଇଁ ଭୀଷଣ ବର୍ଷାରେ ୨୧ ଘଣ୍ଟା ପର୍ଯ୍ୟନ୍ତ ଆଣ୍ଠୁରେ ବସିରହିଲେ ଯୁବକ । ଚୀନରେ ଜଣେ ଯୁବକ ନିଜର ପୂର୍ବତନ ଗର୍ଲଫ୍ରେଣ୍ଡଙ୍କ କର୍ମକ୍ଷେତ୍ର ବାହାରେ ଆଣ୍ଠୁରେ ବସି ପୂରା ରାତି କଟାଇ ଦେଇଛନ୍ତି । ପ୍ରେମିକାକୁ ପୁଣି ଥରେ ନିଜ ଜୀବନକୁ ଫେରାଇ ଆଣିବା ପାଇଁ ସେ ଏପରି କାଣ୍ଡ କରିଛନ୍ତି । ଏହି କାହାଣୀ ଏବେ ସୋସିଆଲ ମିଡିଆ ରେ ଆଲୋଡ଼ନ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: ଦାନରେ ଦରକାର ଗର୍ଲଫ୍ରେଣ୍ଡ୍‌, ଜ୍ୟାକେଟ୍‌ ଉପରେ ପୋଷ୍ଟର ଲଗାଇ ବୁଲିଲେ ଯୁବକ

ଚୀନ୍‌ ସିଆଚେନ୍‌ ପ୍ରାନ୍ତରେ ଏପରି ଏକ ଘଟଣା ଦେ‍ଖିବା ପାଇଁ ମିଳିଛି । ଦୁଇ ପହର ୧ ଟାରୁ ପର ଦିନ ୧୦ଟା ପର୍ଯ୍ୟନ୍ତ ସେ ଏପରି ବସିରହିଥିଲେ ।  ପ୍ରେମିକାକୁ ଫେରି ପାଇବା ପାଇଁ ଯୁବକ ଜଣକ ୨୧ ଘଣ୍ଟା ପର୍ଯ୍ୟନ୍ତ ସେହିପରି ଆଣ୍ଠୁ ମାଡ଼ି ବସି ରହିଥିଲେ । ପୋଲିସ୍‌ ସମେତ ଅନ୍ୟାନ୍ୟ ଲୋକମାନେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ , କିନ୍ତୁ ସେ କାହା କଥା ଶୁଣୁନଥିଲେ । ହେଲେ ତାଙ୍କର ଏତେ ସବୁ କାଣ୍ଡ କାରନାମା ସତ୍ତ୍ୱେ ତାଙ୍କ ପୂର୍ବତନ ପ୍ରେମିକାଙ୍କର କୌଣସି ଦେଖା ନଥିଲା ।

ପଚାରିବା ପରେ ଜଣାପଡ଼ିଥିଲା, କିଛି ଦିନ ପୂର୍ବରୁ ପ୍ରେମିକା ସହ ଯୁବକଙ୍କର ବ୍ରେକ୍‌ ଅପ୍‌ ହୋଇଯାଇଥିଲା । ହେଲେ ସେ ପ୍ରେମିକା ବିନା ରହିପାରୁ ନାହାନ୍ତି । କ୍ଷମା ମାଗିଲେ ପ୍ରେମିକା ଫେରିଆସିବ ବୋଲି ତାଙ୍କର ଆଶା ଥିଲା । ଏଥିପାଇଁ ସେ ଏତେ ସମୟ ଫୁଲ ଧରି ପ୍ରେମିକାକୁ ମନେଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଥଣ୍ଡା ଅସହ୍ୟ ହେବାରୁ ସେ ପର ଦିନ ନିଜ ଘରକୁ ଫେରି ଯାଇଥିଲେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଣେ ୟୁଜର ଯୁବକଙ୍କ ପୂର୍ବତନ ପ୍ରେମିକାଙ୍କୁ ପରାମର୍ଶ ଦେଇ ଲେଖିଛନ୍ତି, ଏ ପିଲା ପାଖକୁ କେବେ ଫେରିବା ଉଚିତ୍‌ ନୁହେଁ । ସେହିପରି ଆଉ ଜଣେ କହିଛନ୍ତି, ଭଲ ପାଇବା ଭିକରେ ମିଳେନି ।