Advertisment

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଗତକାଲି ବିଜେପି ନେତା ରାଜୁ ଝାଙ୍କୁ ଗୁଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP Leader Shot Dead In West Bengal

BJP Leader Shot Dead

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଗତକାଲି ବିଜେପି ନେତା ରାଜୁ ଝାଙ୍କୁ ଗୁଳି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କିଛି ଅଜଣା ବ୍ୟକ୍ତି ତାଙ୍କୁ ଗୁଳି କରିଥିବା ଜଣାପଡ଼ିଛି। ପୋଲିସ୍‌ ସୂଚନା ଅନୁସାରେ, ବିଜେପି ନେତା ତଥା ଦୁର୍ଗାପୁରର ବ୍ୟବସାୟୀ ରାଜୁ ଝା ଓ ତାଙ୍କର କିଛି ସାଙ୍ଗ କାର୍‌ରେ କୋଲକାତା ଯାଉଥିଲେ। ଏହି ସମୟରେ କିଛି ଅଜଣା ବ୍ୟକ୍ତି ଶକ୍ତିଗଡ଼ ନିକଟରେ ରାଜୁଙ୍କ ଉପରକୁ ଗୁଳି କରିଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, କାର୍‌ରେ ରାଜୁଙ୍କ ସମେତ ୩ ଜଣ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ରାଜୁଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିଏ ଓ କାହିଁକି ତାଙ୍କୁ ଗୁଳି କଲା ତାହା ଜଣାପଡ଼ିନି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। ଘଟଣା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ବାମପନ୍ଥୀ ଦଳ ଶାସନ ବେଳେ ରାଜୁ ଝା ବେଆଇନ୍‌ କୋଇଲା ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ତୃଣମୂଳ ସରକାର ଶାସନରେ ମଧ୍ୟ ତାଙ୍କ ନାଁରେ ଅନେକ ମାମଲା ରୁଜୁ ହୋଇଥିଲା। ସୂଚନାଥାଉ କି, ଗତ ବିଧାନସଭା ନିର୍ବାଚନ ପୁର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ।

Advertisment
BJP BJP Leader
Advertisment
Advertisment