• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିକାଲି ବିବାହରେ ରୀତିନୀତି ଅପେକ୍ଷା ଅନ୍ୟାନ୍ୟ ଜିନିଷରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଲୋକମାନେ ଜୀବନର ନୂତନ ଆରମ୍ଭକୁ ଘର ଲୋକଙ୍କ ଅପେକ୍ଷା ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ପ୍ରଦର୍ଶନ କରିବାରେ ବ୍ୟସ୍ତ । ବେଳେବେଳେ ମଜା ସଜା ପାଲଟିଯାଏ । ଖୁସିବାସି ଦିନରେ ଘଟିଯାଏ ଅଘଟଣ । ତାହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗେ ।

ଏବେ ଏମିତି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କନ୍ୟା ବିବାହ ଷ୍ଟେଜ୍‌ରେ ଷ୍ଟଣ୍ଟ କରୁ କରୁ ଗୁରୁତର ଭାବେ ଆହତ ହୋଇଯାଉଛନ୍ତି । ବିବାହ ସାତଜନ୍ମର..ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ଶପଥ ନିଅନ୍ତି ବର-କନ୍ୟା । କିନ୍ତୁ ଏବେ ରିତୀନୀତି ଅପେକ୍ଷା ବିବାହ ବେଦିରେ ଏକାଧିକ ଷ୍ଟଣ୍ଟ କରାଯାଉଥିବାର ଦେଖିବାକୁ ମିଳୁଛି । ଯେପରିକି ବରଣମାଳା ବେଳେ ସ୍ପାର୍କଲ ଗନ୍‌ ଚଳାଇବା ହେଉ କି ବିବାହରେ ଭିନ୍ନ ଅନ୍ଦାଜରେ ଫଟୋ ପୋଜ୍‌ ଦେବା । ସବୁଥିରେ ବର-କନ୍ୟା ନିଜକୁ ବ୍ୟସ୍ତ ରଖୁଥିବାର ଦେଖିବାକୁ ମିଳେ ।

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍‌ ପାର୍ଟିରେ ଅଭାବନୀୟ ଘଟଣା: ନାଚୁ ଥିଲେ ଛାତ୍ରଛାତ୍ରୀ, ହଠାତ୍‌ ଭୁଶୁଡ଼ିଲା ଚଟାଣ...

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି ଯେ, ବିବାହ ଷ୍ଟେଜ୍‌ରେ ବର-କନ୍ୟା ଦୁହେଁ ଛିଡ଼ା ହୋଇଛନ୍ତି । ସାମ୍ନା ଟେବୁଲ୍‌ରେ କେକ୍‌ ମଧ୍ୟ ରଖାଯାଇଛି । ଦୁହେଁ ଫଟୋ ପୋଜ୍‌ ଦେଉଛନ୍ତି । ସ୍ପାର୍କଲ ଗନ୍‌ ଧରି ଷ୍ଟଣ୍ଟ ଦେଖାଇବା ପାଇଁ ପ୍ରସ୍ତୁତ ରହିଛନ୍ତି । ଯେତେବେଳେ ଦୁହେଁ ସ୍ପାର୍କଲ ଗନ୍‌ ଚଳାଉଛନ୍ତି, ହଠାତ୍‌ ଗନ୍‌ଟି ଖରାପ କାରଣରୁ ନିଆଁ କନ୍ୟାଙ୍କ ମୁହଁରେ ଲାଗିଯାଉଛି । ଯାହା ଦ୍ୱାରା ସେ ଆହତ ହୋଇଯାଉଛନ୍ତି । ତେବେ ଖୁସିବାସି ଦିନରେ ଏଭଳି ଘଟଣା କାରଣରୁ ଉପସ୍ଥିତ ଥିବା ଅତିଥି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୋସିଆଲ ମଡିଆରେ ଏହି ଭିଡିଓକୁ ଅନେକ ଲୋକ ସେୟାର କରି ଲେଖିଛନ୍ତି ଯେ, ବିବାହରେ ଏଭଳି କାର୍ଯ୍ୟକଳାପ ନିଜକୁ କ୍ଷତି ପହଞ୍ଚାଏ । ତେବେ ଏହି ଭିଡିଓକୁ ୩.୨୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଏହି ଭିଡିଓକୁ ସେୟାର କରି ସଚେତନତାର ବାର୍ତ୍ତା ଦେଉଛନ୍ତି ।