Advertisment

ଚଳନ୍ତା ଟ୍ରେନ୍‌ରେ ଭୟଙ୍କର ଘଟଣା, ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ

ଟ୍ରେନ୍‌ରେ ଚଢ଼ିବାକୁ ନେଇ ଝଗଡ଼ା ଓ ପରେ ଏହା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ରବିବାର ଦିନ କେରଳର କୋଝିକୋଡ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏହି ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kerala Train Fire Incident

Man sprays petrol sets off blaze in moving train in kerala

ଟ୍ରେନ୍‌ରେ ଚଢ଼ିବାକୁ ନେଇ ଝଗଡ଼ା ଓ ପରେ ଏହା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ରବିବାର ଦିନ କେରଳର କୋଝିକୋଡ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏହି ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ରବିବାର ବିଳମ୍ବିତ ରାତିରେ ରେଲ୍‌ୱେ ଟ୍ରାକ୍‌ରୁ ଜଣେ ମହିଳା, ପୁରୁଷ ଓ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍‌ ଭିତରେ ନିଆଁ ଲାଗିବା ଘଟଣା ପରେ ଏହି ୩ ଜଣ ନିଖୋଜ ଥିଲେ।

Advertisment

ପୋଲିସ୍‌ ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ଅଲପୁଝା-କନୌର ଏକ୍‌ଜିକ୍ୟୁଟିଭ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ (Alappuzha-Kannur Executive Express train) କୋଝିକୋଡ୍‌ ସହର ପାର୍‌ କରିବା ପରେ କୋରାପୁଝା ରେଲ୍‌ ବ୍ରିଜ୍‌ ନିକଟରେ ପହଞ୍ଚିଥିଲା। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଜଣେ ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ଏଥିରେ ଅନେକ ଯାତ୍ରୀ ଜଳି ଯାଇଥିଲେ। ଭୟଭୀତ ହୋଇ ଯାତ୍ରୀମାନେ ଟ୍ରେନ୍‌ର ଚେନ୍‌ ଟାଣିବା ପରେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲା।

ଖବର ପାଇ ଆର୍‌ପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ଏହାସହ ଗୁରୁତରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ଘଟଣା ପରେ ଜଣେ ମହିଳା ଓ ଶିଶୁ ନିଖୋଜ ନେଇ କିଛି ଯାତ୍ରୀ ଅଭିଯୋଗ କରିଥିଲେ। ଏହାପରେ ପୋଲିସ୍‌ ରେଲ୍‌ୱେ ଟ୍ରାକ୍‌ ଛାନ୍‌ଭିନ୍‌ ପରେ ଜଣେ ମହିଳା ଓ ଶିଶୁ ସମେତ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲା। ଶିଶୁର ବୟସ ମାତ୍ର ୧ ‍ବର୍ଷ ବୋଲି ଜଣାପଡ଼ିଛି।

Advertisment

ପୋଲିସ୍‌ ଘଟଣାର ତଦନ୍ତ ଚଳାଇବା ସହ ଦୁର୍ବୃତ୍ତକୁ ଧରିବା ଲାଗି ଛାନ୍‌ଭିନ୍‌ ଆରମ୍ଭ କରିଛି। ଦୁର୍ବୃତ୍ତ ଜଣକ ପ୍ରକୃତରେ କାହିଁକି ଏପରି ଘଟଣା ଘଟାଇଲା ତାହା ଅସ୍ପଷ୍ଟ ରହିଛି।

Train Fire Mishap Indian Railway
Advertisment
Advertisment