• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁକୁର ମୁହଁରେ ନବଜାତକ । ଝୁଣି ଝୁଣି ହସ୍ପିଟାଲ ବାହାରକୁ ନେଇଆସିଲା । ଶହ ଶହ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ଥିବାବେଳେ ଏହା କିପରି ସମ୍ଭବ ହେଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଏହା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳାକୁ ଦର୍ଶାଉଛି । କର୍ଣ୍ଣାଟକର ଶିଭମୋଗାରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ କୁକୁର ହଠାତ୍ ମ୍ୟାକଗନ୍ ଜିଲ୍ଲା ହସ୍ପିଟାଲର ମାତୃତ୍ୱ ୱାର୍ଡରେ ପଶିଯାଇଥିଲା । ଆଉ ତା’ପରେ ସେଠାରୁ ନବଜାତ ଶିଶୁକୁ ଝୁଣି ନେଇ ବାହାରକୁ ପଳାଇ ଆସିଥିଲା । ଆଶ୍ଚର୍ଯ୍ୟର କଥା ହେଲା, ଯେତେବେଳେ ମାତୃତ୍ୱ ୱାର୍ଡରେ କୁକୁର ପଶିଥିଲା, କେହି ସେଥିପ୍ରତି ଧ୍ୟାନ ଦେଇନଥିଲେ ।

ଅଧିକ ପଢ଼ନ୍ତୁ: ମାତିଛନ୍ତି ବୁଲା କୁକୁର, କୁନି ଛୁଆଙ୍କୁ ବାହାରେ ଖେଳିବାକୁ ଛାଡ଼ିଲେ ରଖନ୍ତୁ ନଜର

ମାର୍ଚ୍ଚ ୩୧ରେ ଏହି ଘଟଣା ଘଟିଛି । ବୁଲା କୁକୁର ହସ୍ପିଟାଲରୁ ବାହାରିବା ମାତ୍ରେ ଫାଟକ ବାହାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ଦେଖି ପାରିଥିଲେ। କୁକୁର ପାଟିରେ ଏକ ନବଜାତ ଶିଶୁ ଥିଲା । ଏହାଦେଖି ସୁରକ୍ଷା କର୍ମୀମାନେ କୁକୁରକୁ ଗୋଡ଼ାଇଥିଲେ । ଅନେକ ଚେଷ୍ଟା ପରେ ନବଜାତ ଶିଶୁକୁ କୁକୁର ଠାରୁ ଉଦ୍ଧାର କରାଯାଇଥିଲା । ଆଉ ତା’ପରେ ତାକୁ ଡାକ୍ତରଙ୍କ ନିକଟକୁ ନେଇଗଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । କୁକୁର ଆକ୍ରମଣରେ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏହି ଅବହେଳାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଏହାପୂର୍ବରୁ ରାଜସ୍ଥାନରୁ ମଧ୍ୟ ଏକ ସମାନ ଖବର ଆସିଥିଲା। ସିରୋହିର ଡାକ୍ତରଖାନାରେ ମା’ ପାଖରେ ଶୋଇଥିବା ଏକ ମାସର ଶିଶୁକୁ କାମୁଡ଼ି ନେଇଯାଇଥିଲା କୁକୁର । କୁକୁର ଆକ୍ରମଣରେ ଶିଶୁଟିର ମୃତ୍ୟୁ ଘଟିଥିଲା। ପରେ ଡାକ୍ତରଖାନା ବାହାରେ ଶିଶୁର ମୃତଦେହ ମିଳିଥିଲା।