ବିଳମ୍ବିତ ରାତିରେ ରେଲୱେ ଷ୍ଟେସନ ପାଖରୁ ଦୁଇଟି ପୃଥକ ପୃଥକ ବେଆଇନ ଚାଲାଣ ହେଉଥିଲା । ଏଥିରେ ୨୧ଜଣ ପୁରୁଷ, ୯ଜଣ ମହିଳା ଓ ୪ ଜଣ ଛୋଟ ଛୁଆ ଉଦ୍ଧାର ହୋଇଛନ୍ତି ।
ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ହ୍ୱାଟସଆପ୍ ଯୋଗେ ହୋଟେଲ ବୁକ୍ କରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀର ନିୟୁ ମେରାଇନ ଡ୍ରାଇଭ ରୋଡର ହୋଟେଲ ସ୍ୱର୍ଣ୍ଣ ଦୀପ ନାଁରେ ବୁକିଂ କରାଯାଇଛି ।
ଶିଶୁକନ୍ୟାକୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ମହିଳାମାନେ ସେହି ଅଞ୍ଚଳର ଜଣେ ମହିଳାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲେ ।
ଉଦଘାଟିତ ଉତ୍ସବରେ କୌଣସି ସରପଞ୍ଚ ଯୋଗ ଦେଇ ନଥିଲେ । ତେବେ ଆଗାମୀ ଦିନରେ ଦାବି ପୂରଣ ନ ହେଲେ ସରପଞ୍ଚ ସଂଘ୍ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ସରପଞ୍ଚ ସଂଘ ।
ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୨ ପରିବାରର ୧୨ ଆହତ ହୋଇଛନ୍ତି । ଗୋଟିଏ ପରିବାର ୮ ଜଣ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ରହିଛନ୍ତି l
ଯାଜପୁର ବ୍ଲକ ଖଇରାବାଦ ପଂଚାୟତର ପ୍ରହ୍ଲାଦଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କ ଉତ୍ତର ଖାତାକୁ ନେଇ ଚର୍ଚ୍ଚା। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ସ୍କୁଲରେ ସଂସ୍କୃତ ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ପୂରଣ ହେଉ ନ ଥିବାରୁ ପିଲାଏ, ପାଠ ପଢିନଥିବା ଅଭିଯୋଗ କରିଛନ୍ତି ।
ବନ ବିଭାଗ ବାଘକୁ କାବୁ କରିବାରେ ସଫଳ ହୋଇଛି । ନୂଆପଡ଼ା ଜିଲ୍ଲା ସଦର ରେଞ୍ଜ ଧରମ ବନ୍ଧା ଅଞ୍ଚଳର କୋଦୋପାଲରିରୁ କଲରାପତରିଆ ଧରା ପଡ଼ିଛି ।
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ଚନ୍ଦ୍ର- କର୍କଟ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୩.୧୮ ଗତେ ୯ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଏହି କଲରା ପତରିଆ ବାଘକୁ ଟ୍ରାଙ୍କୁଲାଇଜ କରି ଧରିବାକୁ ଗାଁରେ ପହଞ୍ଚିଛି ବନ ବିଭାଗର ଏକ ଟିମ୍ । ସପ୍ତାହେ ଭିତରେ ଏହି ଅଞ୍ଚଳରେ ଦୁଇ ଜଣ କଲରାପତରିଆର ଶିକାର ହୋଇଛନ୍ତି ଜଣେ ନାବାଳକ ଓ ଜଣେ ମହିଳା ।
ମୟୂରଭଞ୍ଜ SP ବି.ଗଙ୍ଗାଧରଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଏସ୍.ସୁଶ୍ରୀଙ୍କୁ SP ଭାବେ ନିଯୁକ୍ତ କରାଯାଇଛି । ବି.ଗଙ୍ଗାଧର ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି ।
ଆବର୍ଜନା ପରିଚାଳନାରେ ବିଏମସିର ତ୍ରୁଟିକୁ ନେଇ ରାଜଧାନୀବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଏମସିର ତାଗିଦ୍। ଏଣିକି ଓଦା ଓ ଶୁଖିଲା ଅଳିଆ ଅଲଗା ଅଲଗା କରି ନ ଦେଲେ ବିଏମସି ନେବ କାର୍ଯ୍ୟାନୁଷ୍ଠାନ ।
ମୋହର ବାଜିଲା । ଜାନୁଆରୀ ୧୭ରେ ହିଁ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ । କାଲି ନୀତି ସବ୍ କମିଟି ବୈଠକର ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ବୈଠକର ଅନୁମୋଦନ ମିଳିଛି ।
ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବିକାଶମୂଳକ କାମ ଲାଗି ୫୦ ଲକ୍ଷ ଟଙ୍କାର ପାଣ୍ଠି ଦିଆଯାଉଛି। ତେବେ ପ୍ରଶ୍ନ ଉଠୁଛି ବିକାଶମୂଳକ କାମରେ ଜନପ୍ରତିନିଧିମାନଙ୍କୁ କାହିଁକି ଅଣଦେଖା କରାଯାଉଛି?
ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା । ରିଲିଜ୍ ହେବାକୁ ଥିବା ଏକ ସିନେମାର କଭରେଜ୍ ପାଇଁ ଯାଇଥିଲେ ସାମ୍ବାଦିକା ଦେବସ୍ମିତା ରାଉତ। ଆଉ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବାବେଳେ ପାଖକୁ ଆସି ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଦେବସ୍ମିତା।
ବିଭିନ୍ନ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି ।
ଧରମବନ୍ଧା ଥାନା କୋଦପାଲି ଗାଁରେ ପଶି ଆକ୍ରମଣ କଲା କଲରାପତରିଆ ବାଘ। ଗାଁରେ ପଶି ନାବାଳକକୁ ଝାମ୍ପିନେଲା ବେଳେ ବଞ୍ଚାଇଲେ ସ୍ଥାନୀୟ ଲୋକ।
ଗତକାଲି ଦେଢଶହରୁ ଅଧିକ ଦର୍ଶକ ଫିଲ୍ମ ଦେଖୁଥିବା ବେଳେ ହଠାତ୍ କିଛି ବ୍ୟକ୍ତି ବାଇକରେ ପହଞ୍ଚି ଗଣ୍ଡଗୋଳ କରିଥିଲେ। ପୋଷ୍ଟର ବ୍ୟାନର ଚିରିବା ସହ ସୋ ବନ୍ଦ କରିବାକୁ ଧମକ ଦେଇଥିଲେ। ‘ପ୍ରଥା’ ଫିଲ୍ମ ବନ୍ଦ କରି କିଛି ଲୋକ ‘ମାଇଣ୍ଡଗେମ୍’ ଫିଲ୍ମ ଚଲାଇବାକୁ ବି ବାଧ୍ୟ କରିଥିଲେ।
ଗିରଫ ହେବା ପରେ ପ୍ରଯୋଜକ ଟୁଟୁ ନାୟକ ଜେଲ୍ ଯାଇଛନ୍ତି । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ତାଙ୍କୁ ପଠାଇଦିଆଯାଇଛି ।
ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ୨୮ ତାରିଖରେ ଲେଜର ସ୍କାନିଂ କରାଯିବ । ଟେକ୍ନିକାଲ କମିଟି ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ଏ ଛାତିଥରା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟମାନଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି।
ମହିଳା ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିବା ଜୋନ୍ -୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।
ସାପ ବିଷରେ ନିଶା। ଏ ପ୍ରଶ୍ନ ଆଉ ପ୍ରସଙ୍ଗ ଉଭୟ ଚକିତ କଲା ଭଳିଆ। ଆପଣ ଭାବୁଥାଇ ପାରନ୍ତି ଯେ, ଯଦି ସାପ କାମୁଡିଲେ ମଣିଷ ମରିଯାଉଛି ତ ରେଭ୍ ପାର୍ଟିରେ ସାପର ବିଷ କ’ଣ କରୁଛି ?
ଚାଷରେ ପୋକ ଲାଗିଲା । ପରେ ପରେ ପାଣି ଅଭାବରୁ ବିଲ ବି ଶୁଖିଗଲା, ଚିନ୍ତା ବଢ଼ିଲା ।
ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିଲା ଖାରବେଳନଗର ଥାନା ପୋଲିସ ।ତାଙ୍କୁ ଥାନାରେ ପଚରାଉଚରା କରିଥିଲା ପୋଲିସ ।