• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେନ୍ଦ୍ରାପଡ଼ା ଜିଲ୍ଲାରେ ଜଟିଳ ହେବାରେ ଲାଗିଛି ଡାକ୍ତର ବନାମ ପୋଲିସ ବିବାଦ । ଓମସା ପକ୍ଷରୁ ୩ ଦିନ ହେଲା ପୋଲିସକୁ ଅସହଯୋଗ କରିବା ସହ କଳା ବ୍ୟାଜ୍ ପରିଧାନ କରି ଡ୍ୟୁଟି କରୁଛନ୍ତି । ଅଭିଯୁକ୍ତ ମାନଙ୍କ ଇଞ୍ଜୁରୀ ରିପୋର୍ଟ ଦେବାକୁ ପୋଲିସକୁ ସିଧା ମନା କରି ଦେଇଛନ୍ତି ଆନ୍ଦୋଳନରତ ଡାକ୍ତର । ଫଳରେ ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅଭିଯୁକ୍ତ କୋର୍ଟକୁ ସ୍ଥାନlନ୍ତର ହୋଇ ପାରୁନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଲଗାତର ଭାବେ କିଛି ଦୁର୍ବୁତ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଶି ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏ ସଂପର୍କରେ ଡାକ୍ତରଙ୍କ ପକ୍ଷରୁ ପୋଲିସ ନିକଟରେ ଏତଲା ଦିଆଯିବା ସହ ଦୁର୍ବୁତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇ ଅଡ଼ି ବସିଥିଲେ ।

କିନ୍ତୁ ସ୍ଥାନୀୟ ବିଧାୟକ ବୁଝାସୁଝା କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାର ପ୍ରତିଶ୍ରୁତି ପରେ ସ୍ୱାସ୍ଥ୍ୟ କର୍ମଚାରୀ ଧାରଣାରୁ ଓହରିଥିଲେ । ଇତିମଧ୍ୟରେ ଘଟଣାକୁ ୧୬ ଦିନ ବିତି ଯାଇଥିଲେ ବି ପୋଲିସ ହାତଖାଲି । ଫଳରେ ଦୁର୍ବୃତ୍ତ ମାନେ ପୁଣି ସକ୍ରିୟ ହୋଇ ଡାକ୍ତରଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି ।

ଏହାକୁ ନେଇ ମେଡିକାଲ ଆସୋସିଏସନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପୋଲିସକୁ ଅସହଯୋଗ କରିବାକୁ ନିଷ୍ପତ୍ତି ନିଆଯିବା ସହ ପୋଲିସ କିଛି ପଦକ୍ଷେପ ନନେଲେ ଆନ୍ଦୋଳନ ରାଜ୍ୟ ବ୍ୟାପି କରାଯିବ ବୋଲି ଚେତାବନୀ ଦେଇଛି ।