ସପ୍ତାହ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଜାଡ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ହିନ୍ଦୁ ଧର୍ମରେ ଗ୍ରହମାନଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ, ତେଣୁ ଯେତେବେଳେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ସେତେବେଳେ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ଧନୁ ସଂକ୍ରାନ୍ତି କୁହାଯାଏ। ଏହି ଦିନ ବଡି ଭୋରୁ ପବିତ୍ର ନଦୀ ଜଳରେ ସ୍ନାନ କରି ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଏ। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା।
‘ମୁଆଁ’ ହେଉଛି ଧନୁ ସଂକ୍ରାନ୍ତିର ଲୋକପ୍ରିୟ ଭୋଗ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ। ଶ୍ରୀଜଗନ୍ନାଥଙ୍କ ସେବାରେ ଏହି ପରମ୍ପରା କାହିଁକି ରହିଛି ଆସନ୍ତୁ ଜାଣିବା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ ।
ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା ଆସ କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି ।
ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି । ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ । ପର ବି ଆପଣାର ହୋଇଯାଏ । ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ ।
ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଛତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ ହୋଇଛି।
ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ।
ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି।
ତିନି ବର୍ଷ ପରେ ବସିଲା ବିଜେଡି କାର୍ଯ୍ୟକାରଣୀ। ପ୍ରଥମ ଥର ପାଇଁ ଶଙ୍ଖଭବନରେ ବସିଥିବା ବୈଠକରେ କେନ୍ଦ୍ର ଅବହେଳାକୁ ପୁଣି ମୁଦ୍ଦା କରିବାକୁ ଦଳ ନେଲା ନିଷ୍ପତ୍ତି। ତେବେ କେନ୍ଦ୍ର ବିରୋଧରେ କଡ଼ା ପ୍ରତିବାଦ କେବଳ ଅନୁରୋଧରେ ସୀମିତ ରହିବ।
କଟକ ସହରର ବିଭିନ୍ନ ମାଂସ ଦୋକାନରେ ଚଢାଉ । ପ୍ରତି ସପ୍ତାହରେ ୩ ଦିନ କରାଯିବ ଏହି ଚଢାଉ । ରାସ୍ତାକଡ଼ରେ ଦୋକାନ ନେଇ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ ।
IPS ସ୍ତରରେ ଛୋଟଧରଣର ଅଦଳବଦଳ ।
ପାଣ୍ଡିଆନ୍ ନିର୍ବାଚନ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ କହିଛନ୍ତି ଦେବୀ ।
ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିବା ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି ।
ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଅସମ୍ମାନ ଠିକ୍ ନୁହେଁ । ଏହା ରାଜ୍ୟକୁ ଶୋଭା ଦେଉନାହିଁ ।
ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ୍ ରଖି ଅଭିନବ ଢଙ୍ଗରେ ଆଜି ବିଜେପି ପ୍ରତିବାଦ କରିଛି ।
ଗରିବ ରୋଗୀଙ୍କ ପାଇଁ ସରକାରଙ୍କ କାହିଁରେ କେତେ ଯୋଜନା । ମେଡିକାଲରୁ ମୃତଦେହ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିଥିଲେ । ହେଲେ କଟକ ସହରରେ ଏହି ଯୋଜନା ଏବେ କୋମା ଅବସ୍ଥାରେ ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ।
ସମଗ୍ର ଦେଶର ସାମ୍ବାଦିକଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ।
ପୂର୍ବରୁ କଟକ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଭୟାବହ ସ୍ଥିତି ଦେଖାଯାଇଥିଲା । ମେଣ୍ଢା ଛେଳି ଆଦି ଜୀବଜନ୍ତୁଙ୍କୁ ମାରୁଥିଲା ଅଜଣା ଜନ୍ତୁ ।
ନଳୀକୁମ୍ପା ଜଙ୍ଗଲକୁ ଘେରି ଜୋରଦାର ଅପରେସନ କରାଯାଉଛି । ମାଓବାଦୀ ଜଙ୍ଗଲ ଭିତରେ IED ଓ ଲ୍ୟାଣ୍ଡମାଇନ୍ ବିଛାଇଥିବା ସନ୍ଦେହ ।
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳ ମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ରାଜ୍ୟର କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି ।
ଦେଖୁ ଦେଖୁ ଚାରିଆଡ଼େ ବ୍ୟାପି ଯାଉଛି ନିଆଁ । ହଠାତ୍ ମାଡ଼ି ଯାଉଛି ନିଆଁ, କେତେବେଳେ ଛାତ ଉପରେ ତ କେତେବେଳେ ଜଳି ଯାଉଛି ଲୁଗାପଟା ସହ ଆସବାବପତ୍ର ।
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର ଚନ୍ଦ୍ର- ଧନୁ ଦିବା ୦୧.୪୪ ଗତେ ମକର ତିଥି- ୩ୟା ରାତ୍ରି ୧୦.୩୦ ଗତେ ୪ର୍ଥୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୧.୪୪ ଗତେ ସିଂହ ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ଦିବା ୦୮.୧୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ