ଓଡ଼ିଶା ସୀମାନ୍ତ ଆରପଟ ଛତିଶଗଡରେ କଂଗ୍ରେସର ପରାଜୟ ପରେ ବଘେଲ ସରକାରକୁ ହଟାଇ ବିଜେପି କ୍ଷମତାକୁ ଫେରିଛି। ଏହା ସହିତ ରାଜସ୍ଥାନକୁ ମଧ୍ୟ ଦଳ ଦଖଲକୁ ନେଇଥିବାବେଳେ ମଧ୍ୟପ୍ରଦେଶରେ ପୂର୍ବାପେକ୍ଷା ଢେର ଅଧିକ ଜନମତ ପାଇଛି। ଆଉ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିବ ବୋଲି ରାଜ୍ୟ ନେତୃତ୍ୱଙ୍କ ଦାବି।
୨୦ ତାରିଖରେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପରେ ଫେବ୍ରୁଆରୀ ୨୩ ତାରିଖରେ ଇଂରାଜୀ ପରୀକ୍ଷା ହେବ ।
OSSC ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୪୩୦ ପଦବୀ ପୂରଣ ହେବ। ଜାଣନ୍ତୁ ପୂରା ଡାଟା…
ଭୋଜି ଭାତ ପରେ ବଡ଼ ଟପ୍ ଓ ବାଲ୍ଟି, ଡଙ୍କି, ଚାପା, ଡାବୁ, ଆଦି ରୋଷେଇରେ ବ୍ୟବହୃତ ଉପକରଣକୁ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ର ସଫା କରୁଥିବା ଦେଖିବାକୁ ମିଳିଥିଲା ।
୨୦୧୬ ମସିହା ଡିସେମ୍ବର ମାସରେ ୪ ବର୍ଷର ଶିଶୁପୁତ୍ରକୁ ବୁଲା କୁକୁର କାମୁଡ଼ି ମାରି ଦେଇଥିଲା । ପର୍ଯ୍ୟଟନ ସହର ପୁରୀରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା ।
ମଦ ବ୍ୟବସାୟୀଙ୍କ ଘରୁ ୩୫୦ କୋଟିରୁ ଅଧିକ ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି। ଆଇନ ତା ବାଟରେ ଯିବା କହୁଥିବା ମୁଖ୍ୟମନ୍ତ୍ରୀ ୭ ଦିନ ପରେ ବି କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ବିଜେପି ।
ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ୬ କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ସୂଚନା ମିଳିଛି ।
କଟକ ବିଦ୍ୟାଧରପୁର ସ୍ଥିତ ଓମଫେଡ ଡାଏରୀ ପ୍ଲାଣ୍ଟରେ ବେଆଇନ ଭାବରେ ୪୦ ରୁ ଅଧିକ କ୍ଷୀର ପରିବହନ ଗାଡ଼ି ଚାଲିଥିବା ନେଇ ଅଭିଯୋଗ ହୋଇଛି ।
ଆବେଦନ ପାଇଁ ସୀମିତ ସମୟ ଥିବାରୁ ନବରଙ୍ଗପୁର ୟୁନିୟନ ବ୍ୟାଙ୍କରେ ଟଙ୍କା ପୈଠ ଏବଂ ବ୍ୟାଙ୍କରେ ଖାତା ଖୋଲିବା ଲାଗି ବ୍ୟାଙ୍କ ସାମ୍ନାରେ ଭିଡ଼ ଦେଖିବାକୁ ମିଳିଛି l
ସୌର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ବୁଧବାର ।
ଗତକାଲି ୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିଲା । କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି ।
ଶିଶୁଟିକୁ ଉଦ୍ଧାର କରାଯିବା ପରେ ଚାରିଆଡ଼େ ଖୁସିର ଲହରି ଖେଳି ଯାଇଛି । ବିଶେଷ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଯୋଗୁ ଶିଶୁଟି ସୁରକ୍ଷିତ ଭାବେ ପାଇପ୍ରୁ ଉଦ୍ଧାର ହୋଇଛି ।
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଯିଏ ସମସ୍ତଙ୍କ ପାଇଁ ପଠାଣି ସାମନ୍ତ, ଆଜି ତାଙ୍କର ଜନ୍ମଦିନ। ଓଡ଼ିଶାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ପଠାଣି ସାମନ୍ତ ଥିଲେ ଜଣେ ଜ୍ୟୋତିର୍ବିଦ ଓ ମହାନ ପଣ୍ଡିତ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆପାର୍ଟମେଣ୍ଟ ବାସିନ୍ଦାଙ୍କ ମୁହଁରେ ରାଗ ଆଉ ଆକ୍ରୋଶ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ସେମାନଙ୍କ ଧନ ଆଉ ଜୀବନକୁ କିଏ ଦେବ ସୁରକ୍ଷା ?
ଡିସେମ୍ବର ଅଧାରେ ଶୀତ ରାଜୁତି। ରାଜ୍ୟର ୪ ସ୍ଥାନରେ ୧୦ ଡିଗ୍ରୀ ତଳେ ରାତି ପାରଦ ୭.୨ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା। ଟ୍ୱିନ୍ସିଟିରେ ୧୫ ଡିଗ୍ରୀରୁ କମ୍ ରାତି ତାପମାତ୍ରା। ଆଗାମୀ ୫ଦିନ ସ୍ଥିତି ଅପରିବର୍ତ୍ତିତ ରହିବା ପୂର୍ବାନୁମାନ
ଶେଷରେ ବୋରୱେଲ୍ରୁ ଜୀବିତ ଅବସ୍ଥାରେ ଉଦ୍ଧାର ପାଇଲା କଅଁଳା ଶିଶୁ ।
ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୬ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ୱେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍ର ଆତ୍ମା’ ପାଇଁ ପ୍ରଦାନ କରାଯିବ।
ଏକଜାମ୍ ହଲ୍ରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ବିଷୋଦଗାର କରିଥିଲେ ଅର୍ଚ୍ଚନା । କହିଥିଲେ, ସମସ୍ତଙ୍କ ମୁଖା ଖୋଲି ଦେବି, କିଛିଦିନ ଅପେକ୍ଷା କରନ୍ତୁ । ଯେଉଁମାନେ ମୋ ପାଇଁ କଣ୍ଟା ବୁଣିଥିଲେ, ସେସବୁ ଫୁଲ ପାଲଟିଛି ।
ଦେଶୀ ମଦ ଭାଟିରୁ ଏତେ ଟଙ୍କା ଅମଳ ହେଲା କେମିତି ? ଯଦି ହେଉଥିଲା ଏହାକୁ କ୍ୟାସ ଆକାରରେ କାହିଁକି ରଖାଯାଉଥିଲା ? ଏମଜିକ୍ୟୁ ଅନୁସାରେ ଦେଶୀ ମଦଭାଟିରେ କେତେ ମଦ ଉତ୍ପାଦନ ହେଉଥିଲା, କେତେ ବିକ୍ରି ହେଉଥିଲା ? ଏବାବଦକୁ କେତେ ସେଲ୍ସ ଟ୍ୟାକ୍ସ ଓ ଇନକମ୍ ଟ୍ୟାକ୍ସ ଦିଆଯାଉଥିଲା । ବାସ୍ତବରେ କେତେ ଟ୍ୟାକ୍ସ ଫାଙ୍କି ହୋଇଛି ?
୨୦ ଫୁଟର ପରିତ୍ୟକ୍ତ ବୋରୱେଲ୍ । ପାଖାପାଖି ୧୫ ଫୁଟ ତଳେ ଫସିଛି ଜୀବନ । ଆଉ ତାରି ଭିତରେ ବୋରୱେଲର ଫୁଟେ ଦୂରରେ ସମାନ୍ତରାଳ ଭାବେ ଖୋଳା ଜାରି ରଖିଛି ଜେସିବି ।
ଉଦ୍ଧାରକାରୀଙ୍କ ଉତ୍ସାହ ବଢ଼ାଇଲା ଛୁଆର କାନ୍ଦ । ବୋରୱେଲ ଭିତରେ ଥିବା ଛୁଆର କାନ୍ଦ ବାହାରକୁ ଶୁଭିଲା ।
OSSC PET ପଦବୀ ପାଇଁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହି ପଦ ପାଇଁ ମୋଟ ୪୫୨ ଜଣ ପ୍ରାର୍ଥୀ ବିବେଚିତ ହୋଇଛନ୍ତି। ୮୪୧ ପଦବୀ ପାଇଁ ଏହି ଆବେଦନ ଗ୍ରହଣ କରାଯାଇଥିଲା। ଏହାର ଫଳାଫଳ PDF ଫର୍ମାଟରେ ପ୍ରକାଶିତ ହୋଇଛି ଏବଂ ଏଠାରେ ଏହାର ଲିଙ୍କ ଦିଆଯାଇଛି।
ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CBSE ।
ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋରୱେଲରେ ଶିଶୁଟି ପଡିଥିବା ଦେଖିବାକୁ ମିଳିଛି ।