/odishatv-khabar/media/post_attachments/uploadimage/library/16_9/16_9_0/fire_1702524077.jpg)
fire
ସର୍ବସ୍ୱ ଜାଳିଦେଲା ସର୍ବଗିଳା ନିଆଁ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ମାର୍କେଟରେ ଅଗ୍ନିକାଣ୍ଡ । ଜଳିଗଲା ୧୫ଟି ଦୋକାନ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ ଥିବା ଦୋକାନରେ ନିଆଁ ଲାଗିଯାଇଥିଲା । ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପି ଥିଲା।ରାତି ହୋଇଥିବାରୁ ନିଆଁ ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦୋକାନରୁ ସାମଗ୍ରୀ ବାହାର କରିବା କଷ୍ଟକର ହୋଇପଡିଥିଲା ।
ଖବର ପାଇ ବାସୁଦେବପୁର ଓ ଧାମରା ଅଗ୍ନିଶମ ବାହିନୀ ପହଞ୍ଚି ୨ ଘଣ୍ଟା ପରେ ନିଆଁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।
#ଜଳିଗଲା_୧୫_ଦୋକାନ
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ମାର୍କେଟରେ ଅଗ୍ନିକାଣ୍ଡ…. ଜଳିଗଲା ୧୫ଟି
ଦୋକାନ… ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍ ଇରମ୍ ପଞ୍ଚାୟତର ରଥପଦା ମାର୍କେଟରେ
ଥିବା ଦୋକାନରେ ନିଆଁ ଲାଗିଯାଇଥିଲା….#Odisha#OTV#Firepic.twitter.com/ZkHgI4mPqt— ଓଟିଭି (@otvkhabar) December 14, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)