ରାଉରକେଲା ସରକାରୀ ହସପିଟାଲ ଭିତରରେ ଝାଡ଼ାବାନ୍ତି ରୋଗୀ ହାଉଜାଉ । ୱାର୍ଡରେ ଆଉ ଯାଗା ନାହିଁ । ଗୁରୁତରଙ୍କୁ ଆରଜିଏଚ୍ ନହେଲେ ହାଇଟେକ୍ ମେଡିକାଲ ପଠାଯାଉଛି ।
ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ ।
ରବିବାର ବାରାଣସୀର ‘ନମୋ ଘାଟ’ରେ କାଶୀ ତାମିଲ ସଙ୍ଗମମ୍-୨.୦ର ଉଦଘାଟନ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ହିନ୍ଦୀରେ ଭାଷଣ ଦେଇଥିଲେ । ଯାହାକୁ ତାମିଲରେ ଅନୁବାଦ କରିଥିଲା AI ।
ଆଉ ୧୨୦୦ କିଲୋମିଟର ୪୦ଦିନରେ ଅତିକ୍ରମ କରିବେ ବୋଲି ସାଧୁ ସନ୍ଥ ମାନେ କହିଛନ୍ତି ।
ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତୀ ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି ।
ମହାବଳ ବାଘଙ୍କ ମଧ୍ୟରେ ମହା ଫାଇଟ୍ । ଏହି ମହା ଫାଇଟ୍ରେ ଜଣେ ବିଜେତା ହୋଇଥିବା ବେଳେ ଆଉ ଜଣେ ଦେଲା ପଛଘୁଞ୍ଚା।
ଗୋଟେ ସ୍ଥାନରୁ ନୁହେଁ ୧୨ ରୁ ୧୪ ଟି ୱାର୍ଡରୁ ଝାଡ଼ାବାନ୍ତି କେସ୍ ଆସୁଛି । ସେଥିପାଇଁ ୬ ଟି ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି ।
ସୌର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୬ଷ୍ଠୀ ଦିବା ୦୩.୧୪ ଗତେ ୭ମୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର । ଘାତବାର- ମିଥୁନ ରାଶି ।
ଆଜି କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଏବଂ ମୟୂରଭଂଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି।
ଓଡ଼ିଶାରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ଧରାପଡ଼ିବା ଘଟଣା। ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆଜି ଆବେଦନ କରିବ କ୍ରାଇମବ୍ରାଞ୍ଚ STF।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ହଠାତ ରୋଗ ବ୍ୟାପିବାରୁ ପ୍ରଶାସନ ବି ଅକଳରେ । ହସପିଟାଲରେ ବେଡ୍ ମିଳୁନଥିବାରୁ ରୋଗୀଙ୍କୁ ତଳେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ବି ଉଠିଛି । ସ୍ମାର୍ଟସିଟି କାମବେଳେ ଫାଟିଥିବା ପାଣି ପାଇପର ଠିକ୍ରେ ମରାମତି ହୋଇନଥିବାରୁ ଏଥିରେ ଡ୍ରେନ୍ ପାଣି ମିଶି ପିଇବା ପାଣି ଦୂଷିତ ହୋଇଥିବା କୁହାଯାଉଛି ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବି ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ- ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ ।
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜବରଦସ୍ତ ବିଜୟ ପରଠୁ ଉତ୍ସାହିତ ରାଜ୍ୟ ବିଜେପି । ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଏବେ ପୂରା ଆଟାକିଂ ମୋଡରେ ଗେରୁଆ କ୍ୟାମ୍ପ ।
ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ବି ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା ମଧ୍ୟ କୁହାଯାଉଛି ।
ଏନେଇ ଡିଲରଙ୍କ ବଡ଼ ଭାଇ କଟକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପରେ ତଦନ୍ତ ହୋଇଛି। କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ସ୍ଥାନୀୟ ବିଡିଓ କହିଛନ୍ତି ।
MRI / CT ସ୍କାନ୍ ପାଇଁ ଲେଖା ଯାଇଥିବା ସମସ୍ତ ପ୍ରେସ୍କ୍ରିପସନ୍ ରେଫେରାଲର ଯାଞ୍ଚ କରାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଦସ୍ତଖତ ସମେତ ତାରିଖ ରହିଥିବା ଆବଶ୍ୟକ।
ଅଟୋକୁ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତରଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ତାଙ୍କର ଦୁଇଟି ଯାକ ଗୋଡ଼ ଅଚଳ, ତାଙ୍କୁ ଜଣେ ସମ୍ପର୍କୀୟ ପ୍ରତି ମାସରେ ପିଠିରେ ଲଦି ୮ କିଲୋମିଟର ଦୂର ବ୍ଲକ କାର୍ଯ୍ୟାଳୟକୁ ନେଉଛନ୍ତି ଆଉ ସେଠୁ ଭତ୍ତା ଓ ଚାଉଳ ଧରି ବଡ଼ କଷ୍ଟରେ ଗାଁକୁ ଫେରୁଛନ୍ତି ।
ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ। ଏହାରି ଭିତରେ ଦଳର ହାଇକମାଣ୍ଡଙ୍କୁ ବିଜେପି ବିଧାୟକ, ସାଂସଦ ଭେଟିବା ରାଜନୈତିକ ମାହୋଲକୁ ସରଗରମ କରିଛି ।
ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ବର୍ଷ ୨ ହଜାର ୯ ଶହ ୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ପିଏମଓରେ ଚାକିରି କରିଥିବା କହି ପୋଲିସ ଅଧିକାରୀଙ୍କ ସହ ରଖୁଥିଲା ସମ୍ପର୍କ। ପୋଷ୍ଟିଂ ଓ ଟ୍ରାନ୍ସଫର ପାଇଁ ପୋଲିସ ଅଧିକାରୀଙ୍କୁ ମଧ୍ୟ ଲଗାଇଛି ଚୁନା ।
ଗତକାଲିଠୁ ସେ ଫେସବୁକକୁ ବ୍ୟବହାର କରିପାରୁନାହାନ୍ତି। ଏନେଇ ସେ ସାଇବର୍ କ୍ରାଇମରେ ଅଭିଯୋଗ ଦେଇଛନ୍ତି ।
ଆଗାମୀ ୪ରୁ ୫ ଦିନ ଯାଏଁ ମଧ୍ୟ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଗତକାଲି ବିଳମ୍ବିତ ରାତିରେ ମଦନମୋହନ ମନ୍ଦିରରୁ ଦାନ ବାକ୍ସ ଚୋରାଇ ନେଲେ ଦୁର୍ବୃତ୍ତ….