• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

IT ରେଡ୍‌ ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଜବତ ୩୫୦ କୋଟି ଟଙ୍କା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଡା ପ୍ରତିକ୍ରିୟା ଦେଇଛନ୍ତି । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ମନମୋହନ । ଏଥିସହ ଜବତ ୩୫୦ କୋଟି ଟଙ୍କା କାହାର ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ମଦ ବେପାରୀଙ୍କ ଟଙ୍କା ନା ବିଜେଡି ପାଣ୍ଠି । ଏନେଇ ବିଜେଡିଠାରୁ ସେ ସ୍ପଷ୍ଟୀକରଣ ଦାବି କରିଛନ୍ତି ।

ଆଗାମୀ ନିର୍ବାଚନରେ ଏହି ଟଙ୍କା ବିଜେଡି ବାଣ୍ଟିଥାଆନ୍ତା ବୋଲି ମନମୋହନ ଅଭିଯୋଗ କରିଛନ୍ତି । EOW ଏବଂ ଭିଜିଲାନ୍ସ ଯଦି ଧରି ଥାଆନ୍ତେ ତେବେ IT କାହିଁକି ରେଡ୍ କରିଥାନ୍ତା । ଏମିତିକି ସରକାରଙ୍କ ହାତ ନଥିଲେ ଏତେ ଟଙ୍କା ରଖିବାର ସୁଯୋଗ କେଉଁଠୁ ମିଳିବ ବୋଲି କହିଛନ୍ତି ମନମୋହନ । ଏପଟେ ବିଜେପି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି କେବେବି ଦୁର୍ନୀତିକୁ ସମର୍ଥନ କରିନି । ବିରୋଧ କରିବା ଆଳରେ ଯଦି କିଏ ବିରୋଧ କରେ, ତେବେ ତାହା ହେଲେ କିଛି କହିବାର ନାହିଁ ।

ସେପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଘରୁ ୩୫୦ କୋଟିରୁ ଅଧିକ ଜବତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାଣିଲା ବିଜେପି । ଆଇନ ତା ବାଟରେ ଯିବ କହୁଥିବା ମୁଖ୍ୟମନ୍ତ୍ରୀ ୭ ଦିନ ପରେ ବି କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି ବିଜେପି । ଏକ ପ୍ରେସମିଟରେ ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଏନେଇ ବର୍ଷିଛନ୍ତି । ଏମିତିକି ୨୦୧୯ରେ ବୌଦ୍ଧ ଡିଷ୍ଟିଲାରିଜ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା କହିଛି ବିଜେପି ।

ଶିକ୍ଷାନୁଷ୍ଠାନ ଯାଉନଥିବା ମୁଖ୍ୟମନ୍ତ୍ରୀ ମଦଭାଟି ଉଦଘାଟନକୁ କେମିତି ଗଲେ । ବୌଦ୍ଧ ଡିଷ୍ଟିଲାରିଜ୍ ସହ ମୁଖ୍ୟମନ୍ତ୍ରୀଙ୍କର କିଛି ସଂପର୍କ ଅଛି କି ବୋଲି ପ୍ରଶ୍ନ କରିଛି ବିଜେପି । ବଲାଙ୍ଗିର ଜିଲ୍ଲାରେ ଗୋଟିଏ ବି ଦୁଗ୍ଧ ପ୍ଲାଣ୍ଟ ନାହିଁ ହେଲେ ସେଠାରେ ୬୨ ମଦ ଭାଟି ରହିଛି । ଏହାର ଉତ୍ତର ରାଜ୍ୟର ଶାସନ ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡ଼ିବ ।