• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ କଡ଼ାକଡ଼ି ହେବ ଏନଫୋର୍ସମେଣ୍ଟ । ଡିସେମ୍ବର ମାସ ସାରା କଡ଼ାକଡ଼ି ହେବ ଏନଫୋର୍ସମେଣ୍ଟ । ଏନେଇ ସମସ୍ତ RTO ଏବଂ ଅତିରିକ୍ତ RTOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜ୍ୟ ପରିବହନ ପ୍ରାଧିକରଣ- STA । ଚିଠିରେ କୁହାଯାଇଛି,କୁହୁଡ଼ି ଓ ଅନ୍ୟ ଜଳବାୟୁ ସ୍ଥିତି ଯୋଗୁଁ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାର ଆଶଙ୍କା ରହିଛି ।

ତେଣୁ ଡିସେମ୍ବର ମାସ ଯାକ ମଦ୍ୟପାନ କରି ଗାଡି ଚାଳନା, ହେଲମେଟ ବିହୀନ ଗାଡ଼ି ଚାଳନା, ଅତ୍ୟଧିକ ବେଗରେ ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର, ରଙ୍ଗସାଇଡ ଗାଡ଼ି ଚାଳନା ଓ ମାଲବାହୀ ଯାନରେ ଓଭରଲୋଡିଂ ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କର । ଏପରିକି ଏଥିଲାଗି ଅଧିକ ସଂଖ୍ୟକ ପାଟ୍ରୋଲିଂ ଗାଡ଼ି ଓ ପୋଲିସ ସହାୟତା ଦରକାର ହେଲେ ଜଣାଇବାକୁ କୁହାଯାଇଛି । ଏହାସହ ଏଥିପାଇଁ ନିଜ ସ୍ତରରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ RTO ମାନଙ୍କୁ ପରାମର୍ଶ ଦେଇଛି STA ।

କିଛି ଦିନ ପୂର୍ବରୁ ସରିଥିବା ଜିରୋ ଫାଟାଲିଟି ୱିକ୍ ବା ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ, ଶୂନ୍ୟ ସପ୍ତାହ ଆରମ୍ଭରୁ କେନ୍ଦୁଝରରେ ୮ ଜଣକ ଜୀବନ ଯିବା ପରେ ରାଜ୍ୟ ପରିବହନ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ ଦୋଷ ଲଦାଲଦି ହୋଇଥିବା ଦେଖିବାକୁ ମିଳିଲା । ପରିବହନ ସଚିବ ଚିଠି ଲେଖି ଏ ଦୁର୍ଘଟଣା ପାଇଁ ସିଧାସଳଖ NHAIକୁ ଦୋଷୀ କରିବା ସହ ଦାୟୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ । ଏପଟେ NHAI ଓଡ଼ିଶା ମୁଖ୍ୟ କହିଥିଲେ, NHAI ନିୟମିତ ପାଟ୍ରୋଲିଂ କରୁଛି । ହେଲେ ରାସ୍ତା କଡ଼ରୁ ଗାଡ଼ି ଉଠାଇବା କାମ ସ୍ଥାନୀୟ ପ୍ରଶାସନର ।