Advertisment

ଗାଁରେ ବୁଲୁଛି ବାଘ ! ଭୟରେ ଲୋକେ ତାଟି କବାଟ ବୁଜି ଘରେ ବସିଛନ୍ତି...

ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tiger Terror In Gajapati

Tiger Terror In Gajapati

ଗଜପତି ଜିଲ୍ଲାରେ ପୁଣି ବାଘ ଆତଙ୍କ। ଗତକାଲିଠାରୁ ମୋହନା ବ୍ଲକ ମଳାସପଦର ପଞ୍ଚାୟତରେ ବାଘକୁ ନେଇ ଲୋକେ ଭୟଭୀତ ଅଛନ୍ତି। ଡିମ୍ବିରିପଙ୍କଳ ଗାଁ ନିକଟରେ କିଛି ଲୋକ ବାଘକୁ ଦେଖିଥିବା ସୂଚନା ମିଳିଛି। ଗାଁର ଆସେଲି ଗମାଙ୍ଗଙ୍କ ପତ୍ନୀ ମକା ଫସଲ ଜଗିଥିବା ବେଳେ ରାତିରେ ବାଘ ମଞ୍ଚାତଳେ ଶୋଇଥିବା ଦେଖିବାକୁ ପାଇଥିଲେ । ଜୋରରେ ପାଟି କରିବାରୁ ବାଘ ସେଠାରୁ ପଳାଇଯାଇଥିବା ସେ କହିଛନ୍ତି।

Advertisment

ଏନେଇ ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହା ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି। ଭୟଭୀତ ଅବସ୍ଥାରେ ଗାଁ ଲୋକେ ଥିବାରୁ କେହି କେଉଁଆଡେ ନଯାଇ ଘରେ ତାଟି କବାଟ ବୁଜି ବସିଛନ୍ତି। ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିନାହିଁ ।

ଅନ୍ୟପଟେ ଅନୁଗୁଳ ଜିଲ୍ଲାରେ ୪୦ ଟିକିଆ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ସନ୍ଧ୍ୟା ହେବା ମାତ୍ରେ ଏହି ହାତୀପଲ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ନୁଆସାହି, ବେନ୍ତପୁର,କାଙ୍ଗୁଲା, ଗୋପୀନାଥପୁର, ଖଲାରୀ, ଗାଡ଼ରଖାଇ, ସନ୍ତ୍ରୀ ଗାଁରେ ହାତୀ ଫସଲ ନଷ୍ଟ କରୁଛନ୍ତି । ଏକ ସପ୍ତାହ ଧରି ଫସଲ ନଷ୍ଟ ହେଉଥିଲେ ବି ବନ ବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହୋଇଛି । କେବଳ ସେତିକି ନୁହେଁ ପନିପରିବା ସହ କଦଳୀ ଗଛ ଦଳି ଚକଟି ନଷ୍ଟ କରୁଛନ୍ତି ଏହି ହାତୀ ପଲ ।

Advertisment

ହାତୀଙ୍କ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି । ଅନୁଗୁଳ ବନଖଣ୍ଡରେ ଗତ କିଛି ବର୍ଷମଧ୍ୟରେ ହାତୀ ଆକ୍ରମଣରେ ୩୦ ଜଣଙ୍କ ଜୀବନ ଯାଇଛି। ଅମଳ ସମୟରେ ଫସଲ ନଷ୍ଟ ଯୋଗୁ ଚିନ୍ତାରେ ଚାଷୀ। ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳପାରୁନାହିଁ ।

Tiger
Advertisment
Advertisment