Advertisment

ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି, ଓଡ଼ିଶାରେ ମୋଦିଙ୍କୁ ୮୦ ପ୍ରତିଶତ ଲୋକ ଗ୍ରହଣ କରନ୍ତି

ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଉଥିବା ଧର୍ମେନ୍ଦ୍ର କହିଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJP, Dharmendra Pradhan

BJP, Dharmendra Pradhan

ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି, ଓଡ଼ିଶାରେ ଅତିକମରେ ୧୫ଟି ଆସନ ଜିତିବ । ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି ମଧ୍ୟ କହିଛନ୍ତି ୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଦଳ ୪୫ ପ୍ରତିଶତ ଭୋଟ୍ ପାଇବ।

Advertisment

ଏହି ଅବସରରେ ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି, ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପ୍ରୁଭାଲ୍ ରେଟିଂ ୮୦ ପ୍ରତିଶତରୁ ଅଧିକ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ୨୨ ପ୍ରତିଶତ ଭୋଟ୍ ପାଇବା ସହ ଗୋଟିଏ ଆସନ ପାଇଥିଲା। ତେବେ ୧୯ ଲୋକସଭା ନିର୍ବାଚନରେ ଦଳର ଭୋଟ୍ ୩୮ ପ୍ରତିଶତକୁ ବୃଦ୍ଧି ପାଇବା ସହ ଆସନ ସଂଖ୍ୟା ୮ରେ ପହଞ୍ଚିଥିଲା। ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଉଥିବା ଧର୍ମେନ୍ଦ୍ର କହିଛନ୍ତି।

ଅନ୍ୟପଟେ ଓଡ଼ିଶା ସୀମାନ୍ତ ଆରପଟ ଛତିଶଗଡରେ କଂଗ୍ରେସର ପରାଜୟ ପରେ ବଘେଲ ସରକାରକୁ ହଟାଇ ବିଜେପି କ୍ଷମତାକୁ ଫେରିଛି। ଏହା ସହିତ ରାଜସ୍ଥାନକୁ ମଧ୍ୟ ଦଳ ଦଖଲକୁ ନେଇଥିବାବେଳେ ମଧ୍ୟପ୍ରଦେଶରେ ପୂର୍ବାପେକ୍ଷା ଢେର ଅଧିକ ଜନମତ ପାଇଛି। ଆଉ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିବ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ ।

Advertisment

ତେବେ ବିଜେଡି ଶାସନ ବ୍ୟବସ୍ଥାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ କ୍ରୋଧ ରହିଛି ବୋଲି ବିଜେପି କହିଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ରହିଛି । ୨୦୨୪ରେ ମୋଦି ଗ୍ୟାରେଣ୍ଟିର ସୁଫଳ ନିଶ୍ଚିତ ଓଡ଼ିଶାରେ ପ୍ରତିଫଳିତ ହେବ। ରାଜ୍ୟ ରାଜନୀତି ୟୁଟର୍ନ ନେବ ବୋଲି ବିଜେପି କହିଛି। ଏଥିପାଇଁ ରଣକୌଶଳ ଆରମ୍ଭ କରିଛି ବିଜେପି। ନିକଟରେ ରାଜ୍ୟ ସଭାପତିଙ୍କ ସମେତ କିଛି ନେତୃବର୍ଗ ଦିଲ୍ଲୀଗସ୍ତ କରି କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ବିଶେଷ ଆଲୋଚନା କରିଥିବା ସାମ୍ନାକୁ ଆସିଛି। ୨୦୨୪ରେ ବିଜେପି କିଭଳି କ୍ଷମତାକୁ ଆସିବ ସେନେଇ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି।

BJP BJD Odisha Politics Congress
Advertisment
Advertisment