ବିଶ୍ବାସ ଆଉ ଗୁରୁଶିଷ୍ୟ ପରମ୍ପରା ନାଁରେ ସରକାରୀ ଜମି ଉପରେ ଛିଡ଼ା ହୋଇଥିବା ଖଣ୍ଡଗିରିର ବୈକୁଣ୍ଠ ଆଶ୍ରମ ମିଶିଲା ମାଟିରେ । ତଥାକଥିତ କୁନି କଲ୍କୀର ବେଆଇନ ସାମ୍ରାଜ୍ୟକୁ ଭାଙ୍ଗି ଗୁଣ୍ଡ କରିଦେଇଛି ବିଡିଏ । ଏବେ ନା ଭକ୍ତ-ଭକ୍ତି ଆଉ ଭଗବାନ ନାଁରେ ଚାଲିବ ଭାଣ୍ଡାମୀ, ନା ହେବ ଅବତାର ନାଁରେ ଅନ୍ଧବିଶ୍ବାସର ଖେଳ। ଜବରଦଖଲ ଉଚ୍ଛେଦ ଅଙ୍କୁଶକୁ ହାଇକୋର୍ଟଙ୍କ ପ୍ରତ୍ୟାହାର ପରେ ଧରାଶାୟୀ ହୋଇଛି ଆଶ୍ରମ ।
ବିପଦରେ ସରକାରୀ ଜମି । ଜମି ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ବିକୁଛନ୍ତି ଦଲାଲ । ଦଲାଲଙ୍କ ହାତରେ ଫସୁଛନ୍ତି ନିରିହ ଲୋକ । ଭୁବନେଶ୍ୱର ଶାମପୁର ଅଞ୍ଚଳରେ କାହାକୁ ହଜାର ତ କାହାକୁ ଲକ୍ଷେରେ ବିକ୍ରି ହୋଇଛି ସରକାରୀ ପ୍ଲଟ ।
ଜମି ସରକାରୀ କିନ୍ତୁ ଚାଲିଛି ବେସରକାରୀ ତେଲ ମିଲ୍। ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଇ, ସ୍ଥାନୀୟ ଲୋକଙ୍କୁ ନାଲିଆଖି ଦେଖାଇ ଖୁଲମଖୁଲା ଚଲାଉଛନ୍ତି ମିଲ୍, ହେଲେ....