ଏହି ଘଟଣା ଆଠଗଡ ଅଞ୍ଚଳରେ ଅନ୍ଧାର ରାତିରେ ଘଟିଥିଲା । ବାଙ୍କି ଓ ଆଠଗଡ ଅବକାରୀ ବିଭାଗର ଟିମ୍ କଳାପଥରରୁ ନୟାଗଡ ଆଡକୁ ଯାଉଥିବା ପିକଅପ ଭ୍ୟାନକୁ ଗୋଡ଼େଇ ୪୫୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ମାମଲା ରୁଜୁ କରିଛି। ପ୍ରଶାସନ ଏହି ଘଟଣାକୁ ଅତି ସଂବେଦନଶୀଳ ଭାବେ ନେଇ ତଦନ୍ତ ଜାରି ରଖିଛି ।
#କୋଲ୍ଡଡ୍ରିଙ୍କସ_ବୋତଲରେ_ମଦ #ପାନ_ଦୋକାନରେ_ଗଞ୍ଜେଇ ବେଆଇନ ନିଶା କାରବାର ନେଇ ରାଜଧାନୀରେ କମିଶନରେଟ ପୋଲିସର ବଡ ରେଡ । ସାମ୍ନାକୁ ଆସିଲା ଖୁଲମଖୁଲା ନିଶା କାରାବାରର ଚିତ୍ର । ଚା\' ଦୋକାନରେ ଗଞ୍ଜେଇ, ରାସ୍ତା କଡରେ ଦେଶୀ ମଦଭାଟି। ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ସ୍ପେଶାଲ କ୍ରାଇମ ୟୁନିଟ ଚଢାଉ କରି ଜବତ କରିଛି ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ । ଶହିଦନଗର ଅଞ୍ଚଳରେ ୩ଟି ପାନ ଦୋକାନରେ ଚଢାଉ ହୋଇଛି। ସେହିଭଳି ଖାରବେଳନଗର ଥାନା ଶାସ୍ତ୍ରୀନଗର ଛକରେ ଚାଲିଥିବା ଦେଶୀ ମଦଭାଟିରେ ରେଡ୍ କରି ଶହ ଶହ ଲିଟର ମଦ ନଷ୍ଟ କରାଯାଇଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝାଞ୍ଜ, ମୃଦଙ୍ଗ ବଜାଇ ନାମ ସଂକୀର୍ତ୍ତନ କରିବା ସହିତ ନିଆରା ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଇପାସଠାରେ ଏକ ମଦ ବାର ଖୋଲିବା ନିମନ୍ତେ ସର୍ବସାଧାରଣଙ୍କ ଆପତ୍ତି ଅଭିଯୋଗ ନିମନ୍ତେ ନୋଟିସ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି। ବାରର ନାମକୁ ଅମ୍ବିକାଙ୍କ ନାମରେ ନାମିତ ପାଇଁ ଆବେଦନ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ରାଜ୍ୟରେ ମଦ ଦର ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିୟର ବୋତଲ ପିଛା ୧୦ ଟଙ୍କା ବଢା ଯାଇଥିବା ବେଳେ ସମାନ ଭାବେ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଉପରେ ୧୦ ଟଙ୍କା ଲେଖାଏ ମୂଲ୍ୟବୃଦ୍ଧି ଘୋଷଣା କରାଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଏହି ଘୋଷଣା କରିଛନ୍ତି। ରାଜ୍ୟରେ ଅବକାରୀ ରାଜସ୍ବରେ କ୍ଷତି ଘଟୁଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରାଇସ ଫିକ୍ସେସନ କମିଟି ରିପୋର୍ଟ ଆଧାରରେ ଦର ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୂଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ।
ବିଦେଶୀ ହେଉ କି ଦେଶୀ । ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ । ଏଇ ବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ଲକ୍ଷ ୭୨ ବଲକ୍ ଲିଟର ବିୟର ।
ଏଣିକି ଗାଁରେ ଆଉ କେହି କରିପାରିବେନି ନିଶା ସେବନ । ନିଶା ସେବନ କଲେ ଦେବାକୁ ପଡ଼ିବ ଜରିମାନା । ଯିଏ ନିୟମ ଭାଙ୍ଗିବ ୫ ହଜାର ଟଙ୍କା ଜରିମାନା ଦେବ ।
ସେହିପରି ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି । ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ବିଧାୟକ ସନାତନ ମହାକୁଡ଼ଙ୍କ ଲିଖିତ ପ୍ରଶ୍ନ ଉତ୍ତରରେ ସମ୍ପୂର୍ଣ୍ଣ ନିଶା ନିବାରଣ ନେଇ କୌଣସି ଯୋଜନା ନଥିବା କହିଛନ୍ତି ମନ୍ତ୍ରୀ । ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବା ବ୍ୟବସ୍ଥା ବି ନାହିଁ’।
ସାଲିଆ ସାହିରେ ବୁଲିଲା ବୁଲଡୋଜର। ଭୁବନେଶ୍ବର ପୁଣି ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ଦେଶୀ ମଦ ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ।
ଭୁବନେଶ୍ବରର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗ ବଡ଼ ଡ୍ରାଇଭ୍ ଆରମ୍ଭ କରିଛି।
ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଘନ ଘନ ରେଡ୍ । ଆସ୍କାରେ ସାଢ଼େ ୪ହଜାର ଲିଟର ପୋଚ ନଷ୍ଟ । ପୁରୀ କୃଷ୍ଣପ୍ରସାଦରେ ଦେଶୀ ଭାଟି ଗୁଣ୍ଡ ।
ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ । ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି ।
ଅବକାରୀ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ। ବୁଲିଛି ବୁଲଡୋଜର୍, ମାଟିରେ ମିଶିଛି ସିକ୍ରେଟ୍ ଚାମ୍ବର ଭିତରେ ଚାଲିଥିବା ବେଆଇନ ଦେଶୀ ମଦ ଭାଟି।
କମିବ ନିଶା ବ୍ୟବହାର। ଏଥିପାଇଁ ଅଣ୍ଟା ଭିଡ଼ିଲେଣି ନୂଆ ସରକାର। ଏମିତି ଏକ ବଡ଼ ବୟାନ ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯଦି ରାଜ୍ୟରେ ଯେଉଁଠି ବେଆଇନ ଭାବେ ମଦ ତିଆରି ହେଉଛି, ତେବେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରନ୍ତୁ । ଲୋକଙ୍କ ସୂଚନା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଡେପୁଟି କମିଶନର ଜିତେନ୍ଦ୍ର ଜୋରୱାଲ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି।
ସ୍ତ୍ରୀ ଶବ ସହ ୩ ଦିନ ବିତାଇଲା ସ୍ୱାମୀ । ଭୁବନେଶ୍ୱର ମୈତ୍ରୀ ବିହାର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ମୈତ୍ରୀ ବିହାର ତାରିଣୀ ନଗର ଅଞ୍ଚଳରେ ମହିଳାକୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ହ୍ୟାଣ୍ଡ ପମ୍ପରୁ ବାହାରୁଛି ମଦ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ବୟସରେ ଛୋଟ କିନ୍ତୁ କାମରେ ବଡ଼ । ୫ ବର୍ଷ ପିଲାର ନିଆରା ପ୍ରୟାସ । ଶୁଣିଲେ ହେବେ ତାଜୁବ । ମଦ ଦୋକାନ ବନ୍ଦ କରିବାକୁ କୋର୍ଟରେ ପହଞ୍ଚିଛନ୍ତି ୫ ବର୍ଷର ଛାତ୍ର ।
ଗାଡିରେ ଥିବା ୪ ଅଭିଯୁକ୍ତ ଗାଡ଼ିଟିକୁ ଠେଲି ଠେଲି ଆଗକୁ ନେଇଥିଲେ। ଅଭିଯୁକ୍ତଙ୍କ ଅଣ୍ଟାରେ ଦଉଡି ବନ୍ଧା ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।
ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା ! ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା ! ପିଉ ପିଉ ପିଇ ଦେଇଥିଲା ୧୧ ଲକ୍ଷ ଲିଟର ମଦ ! ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା !
ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା ! ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା ! ପିଉ ପିଉ ପିଇ ଦେଇଥିଲା ୧୧ ଲକ୍ଷ ଲିଟର ମଦ ! ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା !
ମଦ ବ୍ୟାନ ଥିବା ରାଜ୍ୟରେ ବେଆଇନ ଭାବେ ଗାଡ଼ିରେ ମଦ ନେଉଥିଲେ । ପୋଲିସକୁ ଦେଖି ଜୋରରେ ଗାଡ଼ି ଚଲାଇ ପଳାଇବେ ବୋଲି ଭାବିଥିଲେ । କିନ୍ତୁ ନିୟତିର ନୀତି ଥିଲା ଅଲଗା ।