/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702469299.jpg)
drugs are available online
ଓଡ଼ିଶାରେ ଅନଲାଇନରେ ଚାଲିଛି ଡ୍ରଗ୍ସ କାରବାର । ଏନେଇ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସ୍ୱିଗି ପରି ଫୁଡ୍ ଡେଲିଭରି ସଂସ୍ଥାକୁ ଡ୍ରଗ୍ସ ମଗାଇବାରେ ବ୍ୟବହାର କରାଯାଉଛି । ସେମାନେ ଯୋଗାଉଥିବା ପ୍ୟାକେଟରେ କ’ଣ ଅଛି, ତାହା ପଚାରିବାର ଅଧିକାର ସ୍ୱିଗିର ନାହିଁ । ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ହେଲେ ତାହା ଏବେ ଉପାନ୍ତକୁ ବ୍ୟାପିଲାଣି ।
Advertisment
ପୂର୍ବରୁ କେବଳ ଇଞ୍ଜିନିଅରିଂ କଲେଜ ଛାତ୍ରଛାତ୍ରୀ ଡ୍ରଗ୍ସ ନେଉଥିଲେ । ଏବେ ତାହା ସବୁ କଲେଜକୁ ବ୍ୟାପିଲାଣି। ତେବେ ଏନ୍ଫୋର୍ସମେଣ୍ଟ ବଢିଥିବାରୁ ପ୍ରତି ବର୍ଷ ସିଜର ବଢ଼ୁଛି । ଭାରତକୁ ନିଶା ମୁକ୍ତ କରିବା ପାଇଁ କମିଟିକୁ ଯୁବ ପିଢ଼ିଙ୍କ ସମେତ ସ୍କୁଲ କଲେଜ ଯାଇ ପିଲାମାନଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି ବୈଠକରେ ମତ ପ୍ରକାଶ କରିଛନ୍ତି ପୋଲିସ କମିଶନର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)