/odishatv-khabar/media/post_attachments/uploadimage/library/16_9/16_9_0/Cold_wave_1702521917.jpg)
Cold wave
ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ। ତେବେ ସୁନ୍ଦରଗଡ଼ ଜିଲ୍ଲା ପାହାଡିଆ ଓ ଖଣି ଖାଦାନ ଭରା ହୋଇଥିବାରୁ ଶୀତ ଅଧିକ ଅନୁଭୂତ ହେଉଛି। ଜିଲ୍ଲାରେ ଗତ ଚାରି ପାଞ୍ଚ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି । ସକାଳ ୮ଟା ଯାଏଁ କୁହୁଡି ପଡୁଛି। ଶୀତୁଆ ସକାଳରେ ଲୋକେ ମର୍ଣିଂ ୱାକ୍ କରି ନିଜକୁ ଫିଟ୍ ରଖିବା ପାଇଁ ଚେଷ୍ଟା କରୁଛନ୍ତି ।
ସେପଟେ ଘନ କୁହୁଡି ବଳୟରେ ବଣାଇ। ୧୦ ମିଟର ପର୍ଯ୍ୟନ୍ତ ଦେଖାଯାଉନି ରାସ୍ତା । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ଦେଖାଦେଇଛି ଘନ କୁହୁଡି । ଏପରି ଘନ କୁହୁଡି ଯୋଗୁଁ ୧୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖାଯାଉନାହିଁ । ସତେ ଯେପରି ଧଳା ଚାଦର ଆସ୍ତରଣରେ ଢାଙ୍କି ହୋଇପଡିଛି ବଣାଇ ଅଂଚଳ ।
ସେହିପରି ଚାରିଦିନ ହେଲାଣି ସୁବର୍ଣ୍ଣପୁର ଜିଲ୍ଲାରେ ଜାଡ ଶୀତ ଅନୁଭୁତ ହେଉଛି । ସକାଳେ କୁହୁଡିର ଧଳା ଚାଦରରେ ଢାକିଂ ହୋଇଯାଉଛି
ରାସ୍ତାଘାଟ । ବର୍ଷା ଛାଡିଲା ପରେ ଜାଡ ଶୀତ ଯୋଗୁଁ ସାଧାରଣଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
#ରାଜ୍ୟରେ_ଖସୁଛି_ପାରଦ#ବଢୁଛି_ଥଣ୍ଡା
ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନଜୀବନ.. ତେବେ ସୁନ୍ଦରଗଡ଼ ଜିଲ୍ଲା ପାହାଡିଆ ଓ ଖଣି ଖାଦାନ ଭରା ହୋଇଥିବାରୁ ଶୀତ ଅଧିକ ଅନୁଭୂତ ହେଉଛି…#Odisah#OTV#ColdWavepic.twitter.com/kZK3IWvcKi— ଓଟିଭି (@otvkhabar) December 14, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)