/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702569364.jpg)
MLA Taraprasad Bahinipati
ଖୋଲା ମଞ୍ଚରେ ଚିହିଁକି ଉଠିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । କାର୍ଯ୍ୟକ୍ରମକୁ ବିଫଳ କରିଦେବାକୁ ମଧ୍ୟ ଧମକ ଦେଇଥିଲେ । କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଆଜି କୋରାପୁଟ ଜିଲ୍ଲାରେ ଗଡିଛି ଲକ୍ଷ୍ମୀ ବସ । କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୩୮ଟି ବସ୍ ଚାଲିବ । ଜିଲ୍ଲାର ଗ୍ରାମାଞ୍ଚଳରୁ ପ୍ରତି ବ୍ଲକ୍ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଏହି ବସ୍ ଚାଲିବ ।
Advertisment
ତେବେ ଏହି ସଭାରେ ନବୀନ ଜିନ୍ଦାବାଦ ବୋଲି ନାରା ଦେବା ପରେ ବିଧାୟକ ତାରାପ୍ରସାଦ ବାହିନୀପତି ଚିହିଁକି ଉଠିଥିଲେ । କାର୍ଯ୍ୟକ୍ରମରେ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସଚିବ ଉଷା ପାଢୀ, ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ଥିଲେ । ତେବେ ଏନେଇ ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)