ନିଜ ରକ୍ତର ସନ୍ତାନକୁ ପର ହାତରେ ଟେକି ଦେବାର କଠୋର ମାନସିକତା, ସଭ୍ୟ ସମାଜକୁ ଦୋହଲାଇ ଦେଇଛି । ରାୟଗଡ଼ା ଚାନ୍ଦିଲି ଅଞ୍ଚଳରେ ମାତ୍ର ୯ ଦିନର ଶିଶୁକନ୍ୟାକୁ ୨୦ ହଜାରରେ ବିକ୍ରି ଅଭିଯୋଗ, ସାରା ରାଜ୍ୟରେ ଚହଳ ପକାଇଦେଇଛି ।
କୁନି ପିଲାର ପାଦ ତଳେ ତୁଳସୀ । ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚା । ଥାନାରେ ଫେରାଦ ହେଲେ ସମାଜସେବୀ ମହାସଂଘ ।
ହାତରେ ନୁହେଁ ଗୋଡ଼ରେ ସବୁ କରନ୍ତି ଚୂଡ଼ଙ୍ଗପୁର ବିରଞ୍ଚି ବାଡ଼ଖିଆ। ହେଲେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବା ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ...
ନିଜ ପାଇଁ ସଂଘର୍ଷ କରୁଥିବା ସହଦେବଙ୍କ ପରିବାର ଏବେ ମଧ୍ୟ ସରକାରୀ ସହାୟତା ଅପେକ୍ଷାରେ । ଆବାସ ଯୋଜନାରେ ଖଣ୍ଡେ ଘର ଓ ଆଉ ଦୁଇ ଜଣଙ୍କୁ ମାସିକ ରାସନ୍ ଯୋଗାଇ ଦେଲେ ତାଙ୍କର ଦୁଃଖ ଲାଘବ ହୋଇପାରନ୍ତା ।
ଗତ ରବିବାର ଦିନ ଏହି ଘଟଣା ସାମ୍ନାକୁ ଆସିଛି । ଛୋଟ ପିଲାଟିର ମୃତ୍ୟୁକୁ ନେଇ ପରିବାରର ଜଣେ ସଦସ୍ୟଙ୍କ କହିବା ଅନୁସାରେ ମୃତ ଶିଶୁକନ୍ୟାଟିର ନାଁ ହେଉଛି କିର୍ତ୍ତୀ ।
କର୍ମଜୀବୀ ପିତାମାତାଙ୍କ କ୍ଷେତ୍ରରେ ପିଲାଙ୍କୁ ସମୟ ଦେବା ଟିକେ କଷ୍ଟ ହୋଇଯାଏ । ଏପରି କ୍ଷେତ୍ରରେ ଶିଶୁ ନିସଙ୍ଗତାର ଶିକାର ହୁଏ । ତେବେ ଜାଣନ୍ତୁ ନିସଙ୍ଗତା ଶିଶୁ ପାଇଁ କେତେ କ୍ଷତିକାରୀ?
ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା
ପରେ ପାଇଖାନାରେ ବନ୍ଦ କରି ପଳାଇଲେ ବାପା-ମାଆ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଉଦ୍ଧାର କଲା ପୋଲିସ ।
ଦୁନିଆ ସମ୍ପର୍କରେ କିଛି ଜାଣିବା ପୂର୍ବରୁ ଏମିତି ରୋଗ ଯନ୍ତ୍ରଣାରେ ଘାଂଟି ହେଉଛି ଯେ ତାର କଷ୍ଟକୁ ସେ ବୁଝିପାରୁଛି ନା ଅନ୍ୟ କାହାକୁ ବୁଝାଇ ପାରୁଛି ? ଆଉ ସେହି କଷ୍ଟ ଭିତରେ ବି ଖେଳରେ ମାତିଛି ସ୍ୱରୂପ ।
୩ ମାସର କଅଁଳା ଛୁଆକୁ ରାସ୍ତା କଡ଼ ପିଣ୍ଡାରେ ଗଡ଼େଇ ଦେଇ ପରିବା ବିକୁଛି ମାଆ। ମାଆଟି ପାଖରେ ଉପାୟ ମଧ୍ୟ ନାହିଁ। ନହେଲେ ପେଟ ପୋଷିବ କେମିତି? ଛୁଆକୁ କ୍ଷୀର ଦେବ କେମିତି? ହେଲେ ମୟୂରଭଂଜ ଜିଲ୍ଲାର ଏହି ଆଦିବାସୀ ମାଆଟି କାହାକୁ ହାତ ପାତିନାହିଁ। ନିଜ ବଳରେ ସେ ଗୋଡ଼ କାଢ଼ିଛି ପଦାକୁ। ଏଭଳି ମାଆ ପାଇଁ ବଢ଼ି ଆସିବା କଥା ସହାୟତାର ହାତ, କିନ୍ତୁ ସାହାଯ୍ଯ କରୁଛି କିଏ?