୩ କିଲୋମିଟର ଆସିବା ପରେ ଗୋଟେ ଭ୍ୟାନିଟି କିଏ ଛାଡିଥିବା ଦେଖିଥିଲେ।
ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ ।
ଆଜିଠାରୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ ।
ଘନ ଘନ ବିଜୁଳି କାଟ୍ ଅଘୋଷିତ ଭାବେ ମନଇଛା ହେଉଥିବା ପାୱାର କଟ୍କୁ ନେଇ ବଢୁଛି ଅସନ୍ତୋଷ । ପ୍ରବଳ ଖରା ଓ ଗରମ ସମୟରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଆକ୍ତାମାକ୍ତା କରିପକାଯାଉଛି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।
ଦିନ ୧୦ଟା ପରେ ଘରୁ ବାହାରକୁ ବାହାରିବା ମୁସ୍କିଲ । ଅତି ଅବଶ୍ୟକ ନଥିଲେ ଲୋକେ ଘରୁ ଗୋଡ କାଢୁ ନାହାନ୍ତି । ସପ୍ତାହେ ହେଲା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରଭାବକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ।
ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।
କେଉଁଠି ମିଛ ବିନିଯୋଗ ପ୍ରମାଣପତ୍ର ଦେଇ, ତ କେଉଁଠି ବିନା ଅନୁମୋଦନରେ ଗୋଟିଏ କାମ ପାଇଁ ଆସୁଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରି ଶହ ଶହ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହେରଫେର ହୋଇଛି ଏବଂ ଯାହାର ହିସାବ ଓମ୍ଫେଡ୍ ପାଖରେ ନଥିବା ଶୁଣିବାକୁ ମିଳିଛି ।
ଓଡ଼ିଶାକୁ ଆଜି ମିଳିଲା ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ । ସନ୍ତରଣରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ହାସଲ କରିଥିବା ବେଳେ ୬୧ କିଲୋ ଓଜନ ବର୍ଗର ଭାରୋତ୍ତଳନ ପ୍ରତିଯୋଗୀତାରେ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଛନ୍ତି ।
ଗଞ୍ଜାମ ହଂସପୁରରେ ତୁମୁଳକାଣ୍ଡ । ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ହିଂସାତ୍ମକ ମୋ଼ଡ ନେଲା ଆନ୍ଦୋଳନ ।
ଶୋଭାଯାତ୍ରାକୁ ବିରୋଧ ସହ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି କରି ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବହୁ ବୁଦ୍ଧିଜୀବୀ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ।
ଅନ୍ତର୍ଦେଶୀୟ ଜଳମାର୍ଗ ପରିଯୋଜନା ଅନ୍ତର୍ଗତ ଏହି ଜେଟ୍ଟି ନିର୍ମାଣରେ ପ୍ରାଥମିକ ପର୍ଯ୍ୟାୟରେ ଇଫକୋ ସାର କାରଖାନା ୧୦ କୋଟି ଟଙ୍କା ବ୍ୟୟ କରିଛି ।
ନାଲକୋର ଅଚଳବସ୍ଥା କିପରି ଦୂର କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ କୋର୍ଟଙ୍କୁ ପରବର୍ତ୍ତୀ ଶୁଣାଣିରେ ଜଣାଇବାକୁ ନିର୍ଦ୍ଦେଶ ରହିଛି ।
ତିନି ଦିନ ପୂର୍ବେ ଜଣେ ବ୍ୟବସାୟୀଙ୍କୁ ସେଠାରେ ହତ୍ୟା କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହି ଉତ୍ତେଜନା ଟିକେ ନଥମୁଣୁ ତାଙ୍କ ଭାବି ପତ୍ନୀ ସେହି ଦୁଃଖରେ ଆତ୍ମହତ୍ୟା କରିଛନ୍ତି ।
କ୍ୟାପସନ୍ରେ ସେ ଉଲ୍ଲେଖ କରିଛନ୍ତି ଯେ - ପୁଣିଥରେ ବୁଲଡୋଜର।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ ।
ସରକାରୀ ଡାକ୍ତରଖାନାରେ ସେବା ପ୍ରଥମ । ତା’ ପରେ ଘରୋଇ ଚିକିତ୍ସା କରିପାରିବେ ଡାକ୍ତର । ହେଲେ ଡା. ଦୀକ୍ଷିତଙ୍କର ଓପିଡି ଲିଷ୍ଟରେ କେବେ ବି ନାଁ ନାହିଁ।
ରଘୁନାଥପୁର ପୈତୃକ ଘର ଓ କଳାରାହାଙ୍ଗ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ ।
ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଏଥିପାଇଁ CHSE ହେଡ୍କ୍ୱାଟରରେ ବ୍ୟବସ୍ଥା କରାଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମସ୍ତେ ଆଗେଇ ନେବା ଉଚିତ ।
ଅଭିନେତ୍ରୀଙ୍କ ଜୀବନ ସହ ଖେଳୁଥିଲେ ମିଲନ। ବିବାହ ପ୍ରଲୋଭନ ଦେଖା ଟଙ୍କା, ବୁଲେଟ, କାର, ସୁନା ଭଳି ସାମଗ୍ରୀ ଦେଇଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ କହିଛନ୍ତି।
ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା ପରେ ଆତ୍ମହତ୍ୟା କଲେ ଯୁବତୀ। ବ୍ୟବସାୟୀଙ୍କ ସହ ବିବାହ ସ୍ଥିର ହୋଇଥିବା ଯୁବତୀ ଆତ୍ମହତ୍ୟା କରିଛନ୍ତି।
ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।