ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ
ସ୍କୁଲ୍ରେ ଖୋଲିବ ‘ମୋ ସ୍କୁଲ୍ ହକି କ୍ଲବ୍’ । ସ୍କୁଲ୍ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ହକି ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଯୋଜନା କରାଯାଉଛି।
ଶିଶୁଙ୍କୁ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ନିଜ ପ୍ରତିକ୍ରିୟା ରଖିଛନ୍ତି । ୫ରୁ ୧୨ ବର୍ଷ ଶିଶୁଙ୍କ ଟୀକାକରଣ ଲାଗି DCGIର ସୁପାରିସ ପରେ ପ୍ରତିକ୍ରିୟା ।
ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପରାମର୍ଶ । ଯଦି ଥଣ୍ଡା ଜ୍ୱରର ଲକ୍ଷଣ ରହୁଛି ତେବେ ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ବଦଳିବ କି ସରକାରଙ୍କ ଖରାଛୁଟି ନିଷ୍ପତ୍ତି ? ଜୁନ୍ ବଦଳରେ ମେ’ ମାସରେ ହେବ କି ଛୁଟି ? ଖରାଛୁଟି ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।
ପରକୀୟା ପ୍ରୀତିର ଭୟଙ୍କର ପରିଣାମ । ପ୍ରେମିକ ସହ ମିଶି ସୁପାରୀକିଲର ସହାୟତାରେ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ ।
ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ଆଉ ଏକ ଗୁମର । ଗୁରୁଗ୍ରାମରେ ଚାକିରି ଦେବା ନାଁରେ ସେ ଠକେଇ କରି ଆଗରୁ ଗିରଫ ହୋଇଥିଲେ ।
ଆଦିବାସୀ ଅଧ୍ୟୁଷିତ ଇଲାକାରେ ଆୟୋଜିତ ହୋଇଛି ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଏକୁଲସେକୁଲ ଇଲାକାରେ ଆରମ୍ଭ ହୋଇଛି ଏହି ମେଳା ।
ଚଇତି ପରବ ପାଳନ ବେଳେ ଗଡ଼ିଲା ମୁଣ୍ଡ। ସାମାନ୍ୟ ବଚସାକୁ ନେଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ତେବେ ଆଜିଠୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍ ସେଣ୍ଟର ଗୁଡ଼ିକୁ ପଠାଯିବ। ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍ ସେଣ୍ଟର କରାଯାଇଛି।
ଦିନ ଥିଲା ମାଟିପାତ୍ରର ଚାହିଦା ଢେର ଅଧିକ ଥିଲା, କିନ୍ତୁ ଆଧୁନିକ ଯୁଗରେ ପ୍ରାୟତଃ ଅଲୋଡା ମାଟି ସାମଗ୍ରୀ । ଆଉ ଅଦରକାରୀ ହୋଇପଡିଲେଣି ମାଟି କାରୀଗର । ଗୋଟେପଟେ କଂଚାମାଲ ର ଅଭାବ ଅନ୍ୟପଟେ ନିଜ ଉଦ୍ୟମରେ ଯାହା କିଛି ତିଆରି ହେଉଛି ତାହା ବିକ୍ରି ହେବା ବି କଷ୍ଟକର । ସରକାରୀ ପ୍ରୋତ୍ସାହନ ସହ କଂଚାମାଲର ଅଭାବ ଓ ବିକ୍ରି ଲାଗି ବଜାର ସୁବିଧା ନଥିବାରୁ ବେଉସା ଛାଡିବାକୁ ବସିଲେଣି କୁମ୍ଭକାର ପରିବାର ।
ରାଜଧାନୀରେ ମାତିଛି ଲୁଟେରାଙ୍କ ଆତଙ୍କ । ପୁଣି ଥରେ ବନ୍ଧୁକମୁନରେ ଲୁଟିଛନ୍ତି ସୁନା ଅଳଙ୍କାର । ଶତାବ୍ବୀ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଗତକାଲି ରାତିରେ ଲୁଟି ନେଇଛନ୍ତି ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ।
ବଢ଼ିବାରେ ଲାଗିଛି କିଡ୍ନୀ ରୋଗୀଙ୍କ ସଂଖ୍ୟା। ରେଢାଖୋଲ ବ୍ଲକ ର ବଂଶାଜାଲ ପଚାଂୟତର ହେଲେଇ ଗାଁରେ ଏବେ ୬ ଜଣ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ପଡିଥିବାବେଳେ ଏହି ରୋଗରେ ୫ଜଣଙ୍କ ଜୀବନ ଗଲାଣି ।
ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାଲକାନଗିରି ଡିଆର୍ଡିଏ କନ୍ଫରେନ୍ସ ହଲରେ ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବେ ।
ମାଲକାନଗିରି ଜିଲ୍ଲାର ଏକାଧିକ ଅଞ୍ଚଳରେ କାଳବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଘର ଛାତ ଉଡ଼ି ଯାଇଛି, କାନ୍ଥ ଭୁସୁଡ଼ିଛି ।
ନାରୀ ହୋଇଛି ସ୍ୱାବଲମ୍ବୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଳେଇ ଚାଲୁଛି ବାଟ। ନିଜର ଉଦ୍ୟମ ବଳରେ ସମାଜର ମାନସିକତାରେ ବଡ଼ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ନାରୀ। ସେମିତି ଜଣେ ନାରୀ ହେଲେ ଦମୟନ୍ତୀ ନାଏକ। ପରିବାର ବୋଝ ସମ୍ଭାଳିବା ପାଇଁ ସେ କିପରି ସାଜିଲେ ଅଟୋ ଚାଳକ ଆସନ୍ତୁ ସେ ବିଷୟରେ ଜାଣିବା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପାରିବାରିକ କଳହରୁ ରୁହୁନିଆ ଗାଁର ଦେବ ସିନ୍ଧିରିଆ ତାଙ୍କ ପୁଅ ରତନ ସିନ୍ଧିରିଆ ଓ ବୋହୁ ସୁକାନ୍ତି ସିନ୍ଧିରିଆଙ୍କୁ ଆକ୍ରମଣ କରିଥିଲେ ଅମିଲ ସିନ୍ଧିରିଆ ଓ କମିଲ ସିନ୍ଧିରିଆ ।
ଧରାପଡିଗଲା ସ୍ତ୍ରୀର ଚୋରା ପୀରତି। କଲା ସ୍ୱାମୀଙ୍କୁ ହତ୍ୟା ଯୋଜନା। ସୁପାରୀ କିଲର ଦ୍ୱାରା ହତ୍ୟା ଉଦ୍ୟମ। ଡ୍ରାଇଭର ପ୍ରେମିକ ସହ ମିଶି ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା ପାଇଁ ଉଦ୍ୟମ। ସାନ୍ଧ୍ୟ ଭ୍ରମଣ ବେଳେ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ଗୁରୁତର।
କଟକ କନ୍ଦରପୁରର ପ୍ରକାଶ ଚନ୍ଦ୍ର ଓଝା । ନିଜ ସଂପର୍କୀୟଙ୍କୁ ଷ୍ଟ୍ରେଚରରେ ନେଇ ଏକ୍ସ-ରେ କରାଇବାର ଆବଶ୍ୟକତା ଥିବାରୁ ଟ୍ରମା କାଜୁଆଲ୍ଟି ସାମ୍ନାରୁ ବୁକିଂ କାଉଣ୍ଟରକୁ ଆସିଥିଲେ ।
୩ କୋଟି ଟଙ୍କା ବ୍ୟୟରେ ଫୁଟ ଓଭର ବ୍ରିଜ ପାଇଁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ମଞ୍ଚେଶ୍ୱର ରେଲୱେ ମାର୍କେଟ ପାତ୍ରସାହି ଲୋକଙ୍କୁ ଥଇଥାନ ପରେ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି ।
୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ଭୁବନେଶ୍ୱର ସହରର ଅତି ପାଖରେ, ଲିଙ୍ଗିପୁର ପଞ୍ଚାୟତ ଅଧିନରେ ଥିବା ୫୬୨.୬୮୧ ଏକର ଜମିରେ ଗଢ଼ି ଉଠିଥିଲା ଏ ଗଡ଼ । ଯାହା, ଏବେ ମାତ୍ର ୭୭୫ ଡିସିିମିଲ ବା ଏକ ଏକରରୁ କମ୍ରେ ସୀମିତ ରହିଯାଇଛି ।
ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ପ୍ରାୟ ୧୦ରୁ ଅଧିକ କଲରାପତରିଆ ବାଘ ଥିବା ଅନୁମାନ କରାଯାଉଛି ।
ସାମନ ସ୍ଥିତି ବାଲେଶ୍ୱରରେ । ସଞ୍ଜ ନଇଁବା ମାତ୍ରେ ରାଜୁତି କରୁଛି ଅନ୍ଧକାର । ଏଠି ପାଓ୍ୱାରକଟ୍ ନିତିଦିନିଆ ହେଲାଣି । ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ଅଚଂଳରେ ବି ଘନ ଘନ ପାଓ୍ୱାରକାଟ୍ରେ ଅସ୍ତବ୍ୟସ୍ତ ହୋଇଗଲେଣି ବିଦ୍ୟୁତ୍ ଉପଭୋକ୍ତା ।
ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି ।