ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଲେ ତୁଟିନି ଗୁଆ-ଚାଉଳ ବିବାଦ । ଅର୍ପଣ ରଥରେ ସଂଗୃହିତ ଗୁଆ ଓ ଚାଉଳ ଏଯାଏଁ କାଳିଆ ପାଖରେ ପହଞ୍ଚିନାହିଁ । ପଡ଼ିରହିଛି ବସ୍ତା ବସ୍ତା ଚାଉଳ ।
ଉତ୍ସବମୁଖର ପୁରୀ। ଶୁଭ ଅପରାହ୍ନରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ ସହ ଆଜିଠୁ ଆରମ୍ଭ ହୋଇଛି ତ୍ରିଦିନାତ୍ମକ ହୋମଯଜ୍ଞ। ଶ୍ରୀମନ୍ଦିର ଚାରିଦ୍ବାରରେ ବି ଚାଲିଛି ବେଦପାଠ। ତେଣେ ଜାନୁଆରୀ ୧୭ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ମୁଖ୍ୟଶାସନ ସଚିବ। ଡିଜିପି କହିଛନ୍ତି- ପୁରୀ ସୁରକ୍ଷା ଦାୟିତ୍ବରେ ରହିବେ ୮୦ ପ୍ଲାଟୁନ ଫୋର୍ସ..
ଲୋକାର୍ପଣ ଉତ୍ସବକୁ ମଝିରେ ମାତ୍ର ୪ ଦିନ । ହେଲେ ଏଯାଏଁ ସଂପୂର୍ଣ୍ଣ ସରି ପାରିନି ଶ୍ରୀମାର୍ଗ ନିର୍ମାଣ କାମ । ଆଜି ବି ପେଭର ବ୍ଲକ୍ ବିଛା କାମ ଚାଲିଛି । ଫଳରେ ତରବରିଆ ର' ଠ' କାମକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲା ବେଳେ, ପ୍ରଶାସନ କହିଛି ଅତି ବେଶିରେ କାଲି ସୁଦ୍ଧା ସବୁ କାମ ସରିଯିବ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଯେଉଁଠି ଆଜି ସୁଦ୍ଧା କାମ ସରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ସେଠି ଏବେ ଆହୁରି ଅନେକ କାମ ବାକି ରହିଛି ।
ଆସନ୍ତାକାଲି ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ । ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୧୫ ତାରିଖ ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ସ୍ଥାପନ ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ, ସରିବ ।
ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟ। ଏଥିପାଇଁ ତତ୍ପର ପ୍ରଶାସନ, ତତ୍ପର ସରକାର। ଜାନୁଆରୀ ୧୧ ସନ୍ଧ୍ୟା ସୁଦ୍ଧା ପ୍ରକଳ୍ପ କାମ ସାରି ହସ୍ତାନ୍ତର କରିବାକୁ ଆଜି ଓବିସିସିକୁ ଡେଡ୍ ଲାଇନ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ଫିକ୍ସ ହେଲା ଡେଡଲାଇନ୍ । ଜାନୁଆରୀ ୧୧ ତାରିଖ ଶେଷ କଣ୍ଟ । ସେଇ ଦିନ ସନ୍ଧ୍ୟା ସୁଦ୍ଧା ପୁରୀ ପ୍ରଶାସନକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରିବ ଓବିସିସି ।
ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା..ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ ଭିତରେ ହିଁ ଝାଡା କରିଦେଲେ ଜଣେ ଭକ୍ତ..
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ହୋଇଛି ଦିନ ଧାର୍ଯ୍ୟ । ହେଲେ କେଉଁଠି ହେବ ରିସେପସନ୍ ସେଣ୍ଟର ? ବଡ଼ଦାଣ୍ଡରେ କେଉଁ ଜାଗାରେ ଭକ୍ତଙ୍କୁ ମିଳିବ ସାମାନ୍ୟତମ ଆତିଥ୍ୟ ?
ମାଟିରେ ମିଶିଛି ମଠବାଡ଼ି । ଧୂଳିସାତ୍ ହୋଇଛି ଧର୍ମଶାଳା । ଦୂରଦୂରାନ୍ତରୁ ଜଗଦର୍ଶନ ପାଇଁ ଆସୁଥିବା ଗରିବ ଗୁରୁବା ଭକ୍ତ ରାତି ରାତି ବଡ଼ଦାଣ୍ତରେ ପଡ଼ିରହିଛନ୍ତି ।
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ! ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ଥିବାରୁ ତେଜିଲା ରାଜନୀତି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ସମୀକ୍ଷା କଲେ 5T ଅଧ୍ୟକ୍ଷ । ସମୀକ୍ଷା ପରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦୀର୍ଘ ପ୍ରତୀକ୍ଷା ଓ ବାରମ୍ବାର ପ୍ରତିଶ୍ରୁତିର ଅବସାନ ଘଟିଲା । ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଆଉଟର ଆକ୍ସେସ ରୋଡ୍ । ତରତର ହୋଇ ସିନା ରାସ୍ତା ଖୋଲିଦେଲେ, ହେଲେ ଖୋଳା ପୋତା କାମ କିନ୍ତୁ ସରିନି ।
ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ?
ଶ୍ରୀମନ୍ଦିର ଚାରିପାଖରେ ମଧ୍ୟରେ ପୁଣି ହେବ ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ ଲାଗି ଏନଏମ୍ଏର ସ୍ପଷ୍ଟ ନିର୍ଦ୍ଦେଶ ଆସିଛି । ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଏହି ନିର୍ମାଣକାର୍ଯ୍ୟ ହେବ। ଏଠାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କକ୍ଷ। ତେବେ ପ୍ରଶ୍ନ ଉଠୁଛି କେଉଁଠି ନିର୍ମାଣ ହେବ ଏହି ରିସେପ୍ସନ ସେଣ୍ଟର ? ପୂର୍ବରୁ ଉଚ୍ଛେଦ ହୋଇଥିବା ୭୫ ମିଟର ବାଦ୍ ଆଉ କେଉଁ ସ୍ଥାନରେ ଅଧିକ ୨୫ ମିଟର ଭଙ୍ଗାଯାଇ ଏହାର ନିର୍ମାଣ ହେବ ?
ପ୍ରଶ୍ନ, ଏବେ କେଉଁଠି ନିର୍ମାଣ ହେବ ଏହି ରିସେପସନ୍ ସେଣ୍ଟର ?
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ NMAର ଏନ୍ଓସି ନାହିଁ ବୋଲି କହିଲେ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ।
ଏମାର ମଠର ଖନନ ସ୍ଥାନରେ ଚାଲିଛି GPR ସର୍ଭେ । ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ଏହି ସର୍ଭେ କରାଯାଇଛି ।
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ରାତି ଅଧରେ GPR ସର୍ଭେକୁ ନେଇ ବଡ଼ ବିବାଦ OBCC ଚଂଚକତା କରି ଏଭଳି ସର୍ଭେ କରୁଥିବା ନେଇ ଐତିହ୍ୟ ପ୍ରକଳ୍ପ ବିରୋଧୀ ଅଭିଯୋଗ ଆଣିଥିବାବେଳେ ରାଜ୍ୟ ସରକାରଙ୍କ ମିଛ ଧରାପଡ଼ିଛି ବୋଲି କହିଛନ୍ତି।
ଶ୍ରୀମନ୍ଦିର ନିଷୋଧାଞ୍ଚଳରେ ନିର୍ମାଣ ଅନୁମତି ଦେବା ପାଇଁ ASI ଡିଜି ହେଉଛନ୍ତି ପ୍ରାଧିକୃତ କର୍ତ୍ତପକ୍ଷ । ତେଣୁ ASI ଡିଜିଙ୍କଠାରୁ ଅନୁମତି ଆଣିବା ପାଇଁ ଆବେଦନ କରିବାକୁ ବର୍ଷେ ତଳୁ ଅବଗତ କରିଥିଲେ ଏଏସ୍ଆଇ ଅଧିକାରୀ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟକୁ ନେଇ ବିବାଦ । ଏଏସ୍ଆଇ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କ କଳାପହାଡିଆ ମନବୃତ୍ତି ଥିବା ନେଇ ବି କଡା ସମାଲୋଚନା କରିଛନ୍ତି ସମ୍ବିତ ।
ଶ୍ରୀମନ୍ଦିର ଐତିହ୍ୟ କରି଼ଡର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ASIର ପୋଲ୍ଖୋଲ୍ । କରିଡର୍ ପ୍ରକଳ୍ପ ନିର୍ମାଣ ପାଇଁ ନାହିଁ ପରମିଶନ୍ କି ଏନ୍ଓସି । ଏଏସ୍ଆଇ କି ଏନ୍ଏମ୍ଏ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କାହାରି ନାହିଁ ଅନୁମତି । ଆଜି ହାଇକୋର୍ଟରେ ASI ସତ୍ୟପାଠ ଦାଖଲ କରି ଏହା ସ୍ପଷ୍ଟ କରିଛି ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ ସବୁଦିନ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ । ଏବେ ପୁଣି ଏକ ନୂଆ ଚିତ୍ର ଦେଖିବାକୁ ମିଳିଛି ନିର୍ମାଣଧୀନ ପ୍ରକଳ୍ପ ସ୍ଥଳରେ । ପଶ୍ଚିମ ଦ୍ୱାରରୁ ହଟିଛି ପ୍ରକଳ୍ପର ପୁରୁଣା ଫଳକ, ଲାଗିଛି ନୂଆ ଫଳକ ।
ଶ୍ରୀମନ୍ଦିର କରିଡର ପ୍ରକଳ୍ପରେ କଣ କଣ ସବୁ ନିର୍ମାଣ ହେଉଛି, ଏହି ପ୍ରଶ୍ନ ଉଠିବା ପରେ ବାଲି ପକାଇ ବଡ଼ ବଡ଼ ଗାତକୁ ପୋତା ଯାଉଛି।ଯଦି କେବଳ ପାଇଖାନା ନିର୍ମାଣ କରାଯାଉଥିଲା, ତେବେ ଏତେ ବଡ଼ ବଡ଼ ଗାତ କଣ ପାଇଁ ଖୋଳା ଯାଇଥିଲା ବୋଲି ପ୍ରଶ୍ନ ଉଠିଥିଲା।