/odishatv-khabar/media/post_attachments/uploadimage/library/16_9/16_9_0/s_1650867099.jpeg)
Odisha govt directs power discoms to ensure power supply in all urban and rural areas
ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଖରା ତାତି ବୃଦ୍ଧି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବିତରଣ କମ୍ପାନୀ ଗୁଡ଼ିକୁ ମୁଖ୍ୟ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସବୁ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥାକୁ କୋଇଲା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି।
ବିଦ୍ୟୁତ୍ ଯୋଗାଣକୁ ନେଇ ମୁଖ୍ୟ ସଚିବ କହିଛନ୍ତି, ବିଦ୍ୟୁତ୍ ଯୋଗାଣରେ ଯାହା ବି ସମସ୍ୟା ରହିଛି ତାହା ସାମୟିକ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ବିଦ୍ୟୁତ୍ ଚାହିଦା ବୃଦ୍ଧି ପାଉଛି।ପିକ୍ ସମୟରେ ୧୦% ଅଧିକ ବିଦ୍ୟୁତ୍ ଚାହିଦା ରହୁଛି। ଦିନ ବେଳା ବିଦ୍ୟୁତ୍ ଯୋଗାଣରେ କୌଣସି ଅସୁବିଧା ନ ହେଉ।’
NTPC ଦର୍ଲିପାଲି ପାଓ୍ୱାର ଷ୍ଟେସନରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବା ପରେ ବିଦ୍ୟୁତ୍ ଶକ୍ତିର ଅଭାବ ଦେଖାଦେଇଛି। ଆବଶ୍ୟକ ବିଦ୍ୟୁତ୍ ଉତ୍ପାଦନ ହେଉ ନଥିବାରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୨ ହଜାର ୯୯ ମେଗାଓ୍ୱାଟ୍ ଥିବାବେଳେ ମୋଟ୍ ୭ଟି ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଏବେ ମାତ୍ର ୫ ଶହ ୫୬ ମେଗାଓ୍ୱାଟ୍ ଉତ୍ପାଦିତ ହେଉଛି। ମୋଟ୍ କ୍ଷମତାର ପ୍ରାୟ ୪ ଭାଗରୁ ୧ ଭାଗ ଜଳ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁଛି।
ପିକ୍ ସମୟରେ ରାଜ୍ୟରେ ବିଦ୍ୟୁତ୍ ଚାହିଦା ପୂର୍ବ ତୁଳନାରେ ବୃଦ୍ଧି ପାଇଛି। ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ବିଦ୍ୟୁତ୍ ଚାହିଦା ୫ ହଜାର ୨ ଶହ ମେଗାଓ୍ୱାଟରୁ ୫ ହଜାର ୪ ଶହ ମଧ୍ୟରେ ରହୁଛି। ତେବେ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୪ ହଜାର ୮ ଶହ ମେଗାଓ୍ୱାଟ ରହିଛି। ବିଦ୍ୟୁତ୍ ଉତ୍ପାଦନ କମ ରହୁଥିବାରୁ ଏଭଳି ସ୍ଥିତି ଦେଖାଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)