Ganjam Police
ପୋଲିସକୁ ପିଟିଲେ । ସାମ୍ବାଦିକଙ୍କୁ ଦୁର୍ବ୍ୟହାର କଲେ । ମୋବାଇଲ ଛଡ଼ାଇଲେ । ମାର୍ ଧର୍ କଲେ । ପୋଲିସ ଗାଡ଼ି ବି ଭାଙ୍ଗିଲେ । ଏଭଳି ଏକ ତୁମୁଳ କାଣ୍ଡ ଘଟିଛି ଗଞ୍ଜାମ ଛତ୍ରପୁରର ହଂସପୁର ଗାଁରେ ।
ତିନି ଦିନ ପୂର୍ବେ ଜଣେ ବ୍ୟବସାୟୀଙ୍କୁ ସେଠାରେ ହତ୍ୟା କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହି ଉତ୍ତେଜନା ଟିକେ ନଥମୁଣୁ ତାଙ୍କ ଭାବି ପତ୍ନୀ ସେହି ଦୁଃଖରେ ଆତ୍ମହତ୍ୟା କରିଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଉଗ୍ରରୂପ ନେଇଥିଲା । ଶେଷରେ ଲୋକମାନେ ନିଜ ଆୟତ୍ତରୁ ବାହାରି ଯାଇଥିଲେ । ଆନ୍ଦୋଳନକୁ ଓହ୍ଲାଇ ରାସ୍ତା ରୋକ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା କରିଥିଲା । ହେଲେ ବିଫଳ ହେଲା । ହଠାତ୍ ବାଜି ପଲିଟି ଯାଇଥିଲା ।
ପୋଲିସ ବୁଝା ସୁଝା କରିବାକୁ ଯାଇଥିବା ବେଳେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା । ପୋଲିସ ଗାଡ଼ି ଭଙ୍ଗାରୁଜା ସହ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ସକାଳୁ ଏହି ଆନ୍ଦୋଳନ ଜାରି ରହିଥିବା ବେଳେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ତେବେ ଅପରାହ୍ନରେ ଲୋକେ ଅଧିକ ଆକ୍ରମଣାତ୍କମ ହୋଇ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ସାମ୍ବାଦିକଙ୍କ ମୋବାଇଲ ଓ କ୍ୟାମେରା ମଧ୍ୟ ଛଡ଼ାଇ ନେଇଥିବା କୁହାଯାଉଛି । ଘଟଣାସ୍ଥଳରେ ଏବେ ତୀବ୍ର ଉତ୍ତେଜନା ଲାଗି ରହିଛି । ସେପଟେ ହତ୍ୟାକାରୀଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି । ରାସ୍ତାକୁ ଓହ୍ଲାଇଥିବା ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରାଯାଉଥିବା ଗଞ୍ଜାମ ଏସପି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)