Advertisment

ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ଫେରାଇଦେଲେ ଅଟୋ ଡ୍ରାଇଭର

୩ କିଲୋମିଟର ଆସିବା ପରେ ଗୋଟେ ଭ୍ୟାନିଟି କିଏ ଛାଡିଥିବା ଦେଖିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Greatness of Auto Driver

Greatness of Auto Driver

ଟଙ୍କା ଆଗରେ ମାନବିକତା ହରାଇଲେ ନାହିଁ ଅଟୋ ଡ୍ରାଇଭର। ପାଇଥିବା ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ଫେରାଇଦେଲେ। ଏଭଳି ସଚ୍ଚୋଟତା ସାଙ୍ଗକୁ ବିଶାଳ ହୃଦୟର ପରିଚୟ ଦେଇଛନ୍ତି ସେହି ଅଟୋ ଚାଳକ। କେବଳ ସେତିକି ନୁହେଁ, ତାଙ୍କର ଏହି ମହାନତା ଅନ୍ୟମାନଙ୍କୁ ପ୍ରେରଣା ଦେଇଛି। 

Advertisment

ବସନ୍ତ ସାହୁ, ଭୁବନେଶ୍ୱରରେ ଜଣେ ପେଷାଗତ ଅଟୋ ଚାଳକ। ଘଟଣା ଥିଲା ଏମିତି। OSAP ଯବାନ ସରୋଜ ସାହୁ ଏବଂ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ସାହୁ ଗତ ୨୨ତାରିଖ ସନ୍ଧ୍ୟା ସମୟ ପ୍ରାୟ ସାଢେ ୭ଟା ବେଳେ ରସୁଲଗଡ଼ରୁ ବସନ୍ତଙ୍କ ଅଟୋରେ କଳ୍ପନା ଛକ ଆସିବା ପାଇଁ ବସିଲେ। କିନ୍ତୁ ରସୁଲଗଡ଼ ଅଟୋ ଷ୍ଟାଣ୍ଡର ଚାଳକ ମାନେ ପ୍ରତିବାଦ କରିବାରୁ ଦମ୍ପତି ସେଠାରେ ଓହ୍ଲାଇ ପଡ଼ିଥିଲେ।

ହେଲେ ପ୍ରାୟ ୨ଲକ୍ଷ ଟଙ୍କାର ସୁନା ଗହଣା ଥିବା ଭ୍ୟାନିଟି ବ୍ୟାଗ୍ ଛାଡ଼ି ଓହ୍ଲାଇ ପଡ଼ିଥିଲେ। ଅଟୋ ଚାଳକ ବସନ୍ତ ସେହି ସ୍ଥାନରୁ ୩ କିଲୋମିଟର ଆସିବା ପରେ ଗୋଟେ ଭ୍ୟାନିଟି କିଏ ଛାଡିଥିବା ଦେଖିଥିଲେ। ଭ୍ୟାନିଟି ବ୍ୟାଗ୍ ଫେରାଇ ଦେବା ଲାଗି ପୁଣି ସେହି ରସୁଲଗଡ଼ ଛକକୁ ଯାଇ ଖୋଜାଖୋଜି କରିଥିଲେ, କିନ୍ତୁ କାହାକୁ ପାଇଁ ନଥିଲେ।

Advertisment

ଶେଷରେ ସେହି ଦିନ ରାତିରେ ଭ୍ୟାନିଟି ବ୍ୟାଗ ଆଣି ବରଗଡ଼ ଥାନା IICଙ୍କ ଜିମା ଦେଇ ଫେରାଇ ଦେବାକୁ କହିଥିଲେ ବସନ୍ତ। ଆଉ ସେପଟେ ସଂଚିତ ଅର୍ଥକୁ ହରାଇ ଭାଙ୍ଗିପଡ଼ିଥିଲେ ଯବାନଙ୍କ ପତ୍ନୀ ଜ୍ୟୋତ୍ସ୍ନା ରାଣୀ ସାହୁ। ଶେଷରେ ବଡଗଡ଼ ଥାନା ଆଇଆଇସିଙ୍କ ଉପସ୍ଥିତିରେ ଅଟୋ ଚାଳକ ଭ୍ୟାନିଟି ବ୍ୟାଗ୍ ଫେରାଇ ଅନେକ ପ୍ରଶଂସା ସାଉଁଟିବା ସହ ଧନ୍ୟବାଦର ପାତ୍ର ହୋଇଛନ୍ତି।

Auto Driver Greatness
Advertisment
Advertisment