• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଏଥିପାଇଁ ସିଏଚଏସଇ ହେଡ୍‌କ୍ୱାଟରରେ ବ୍ୟବସ୍ଥା କରାଯାଇଛି । ଆଜି ଠାରୁ ମେ ୩୧ ଯାଏ ଚାଲିବ କଣ୍ଟ୍ରୋଲ ରୁମ୍ ।

ପରୀକ୍ଷା ନେଇ କୌଣସି ସମସ୍ୟା ଥିଲେ, ଛାତ୍ରଛାତ୍ରୀ ସନ୍ଦେହ ଦୂର ପାଇଁ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିପାରିବେ । ଏଥିପାଇଁ ଟେଲିଫୋନ ନମ୍ବର ୦୬୭୪-୨୩୦୩୮୦୩ ଜାରି କରାଯାଇଛି ।

A Control Room shall Operate in The Head Office Of The CHSE, Odisha (ICSEର ନୋଟିସ)

ଅନ୍ୟପକ୍ଷେ, ଆଜିଠାରୁ ICSE ଦଶମ ସେମିଷ୍ଟର ୨ ପରୀକ୍ଷା ଆରମ୍ଭ ହେଉଛି । ଦିନ ୧୧ ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିଥିବାବେଳେ ପ୍ରଥମ ଦିନରେ ଇଂରାଜୀ ଭାଷାରେ ପରୀକ୍ଷା ହୋଇଛି। ଏହି ପରୀକ୍ଷା ମେ’ ୨୩ ଯାଏ ଚାଲିବ। ସେହିପରି କୋଭିଡ୍‌ ଗାଇଡ୍‌ଲାଇନ୍ସ ଅନୁସାରେ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ଟିକାକରଣ ପ୍ରମାଣପତ୍ର ଦେଖାଇ ହଲ୍‌ ଭିତରକୁ ପ୍ରବେଶ କରିବେ । ଏହାସହ ମାସ୍କ ଓ ସାନିଟାଇଜେସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now