Advertisment

କାଲିଠାରୁ ୫ ଦିନ ସ୍କୁଲ ଛୁଟି

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
School Closed

School Closed

ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବଡ଼ ନିଷ୍ପତ୍ତି। ଆସନ୍ତାକାଲିଠାରୁ ୫ ଦିନ ଯାଏଁ ସବୁ ସ୍କୁଲକୁ ଛୁଟି ଘୋଷଣା। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ କାଲିଠୁ ଅର୍ଥାତ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ତେବେ ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି।

Advertisment

ପୂର୍ବରୁ ଆସନ୍ତା ମେ ୧ ତାରିଖରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖେଲିବା ସହ ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟି ଲାଗି ଘୋଷଣା କରାଯାଇଥିଲା। ତେବେ ଗଲା କିଛି ଦିନ ଧରି ସାରା ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ଆଗୁଆ ଖରାଛୁଟି ପାଇଁ ଅଭିଭାବକ ମହଲରେ ଦାବି ହୋଇ ଆସୁଥିଲା। ଆଗକୁ ହେବାକୁ ଥିବା ପ୍ରବଳ ଖରାକୁ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତାକାଲିଠୁ ୫ ଦିନ ଯାଏଁ ସ୍କୁଲ ବନ୍ଦ କରାଯାଇଛି।

Schools Odisha
Advertisment
Advertisment