ଜାଡ଼ରେ ଥରୁଛି ସାରା ରାଜ୍ୟ । ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ।
ନୂଆବର୍ଷରେ କମବ୍ୟାକ୍ କଲା ଶୀତ । ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଭୂତ ହେଉଛି ପ୍ରବଳ ଶୀତ ।
ମୟୁରଭଞ୍ଜ ଶିମିଳିପାଳରେ ତିନି ଡିଗ୍ରୀ କୁ ଖସିଲା ତାପମାତ୍ରା । ଚଳିତ ବର୍ଷ ଶିମିଳିପାଳ ଥଣ୍ଡା ହେବାର ସମସ୍ତ ରେକର୍ଡ ଭାଙ୍ଗିଛି ।
ଅଧିକାଂଶ ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ଆସନ୍ତା ୨ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିବ କୁହୁଡ଼ିର ପ୍ରଭାବ ।
ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି।
ଜୁନ୍ ଅଧା ହେଲାଣି, ହେଲେ ମୌସୁମୀ ଗାଏବ । ବର୍ଷା ନଥିବାରୁ ସାରା ରାଜ୍ୟରେ ବୈଶାଖ ଭଳି ତାତି ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି କଲବଲ କରୁଛି । ତେଣେ ଆକାଶକୁ ଚାହିଁ ଚାହିଁ ଚାଷୀ ଛାତିରେ ଛନକା ପଶିଲାଣି ।
ଅକ୍ଷି ତୃତୀୟାରୁ ବୁଣା ଯାଇଥିବା ଧାନ, ଖରାରେ ଜଳି ଗଜା ମରୁଡ଼ି ସ୍ଥିତି ହେଲାଣି। ପାଣିପାଗ ବିଭାଗ ବି ମାନିଛି, ଜୁନରେ ରାଜ୍ୟରେ ଏବେ ସୁଦ୍ଧା ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି, ତେବେ ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ।
ରାତି ପାହିଲେ ରଜ ସଜବାଜ ପାଇଁ ଗାଁଠୁ ସହର ସବୁଠି ଉତ୍ସାହ। ଆଜି ସଜବାଜ, ସେଥିପାଇଁ ଏକାଠି ହେଲେଣି ଝିଅ-ବୋହୁ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ନାଇ, ପୋଡ଼ ପିଠା ସହ ଭଳିକି ଭଳି ପିଠାପଣା ଖାଇ ରଜଦୋଳିରେ ଝୁଲିବେ।
କଟକର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିଥିବା ସୂଚନା ମିଳିଛି।
ଦେଶରେ ଚାଲିଛି ଭୟଙ୍କର ଗ୍ରୀଷ୍ମ ପ୍ରବାହ । ନିକଟରେ ଦିଲ୍ଲୀରେ ତାପମାତ୍ରା ୫୩ ଡିଗ୍ରୀ ଛୁଇଁଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷୁଛି ନିଆଁ । ଏହି ସମୟରେ ଅନେକ ଇଲେକ୍ଟ୍ରୋନିକ୍ସ ଫାଟିବାର ମଧ୍ୟ ଖବର ଆସୁଛି ।
ରାଉରକେଲାରେ ସାଢ଼େ ୬ ଘଣ୍ଟା ଭିତରେ ୧୦ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ।
ଉତ୍ତର ଭାରତରେ ସବୁ ରେକର୍ଡ ଭାଙ୍ଗୁଛି ହିଟୱେଭ୍ । ଏପଟେ ରାଜ୍ୟରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଆହୁରି ୩ ଦିନ ଗ୍ରୀଷ୍ମପ୍ରବାହ । ଉପକୂଳ ଓଡ଼ିଶାରେ ଆହୁରି ୫ ଦିନ ଗରମ ଓ ଗୁଳୁଗୁଳି...
୭ ତାରିଖରୁ ବଢିବ ବର୍ଷା ବିସ୍ତୃତି। ୭ ଓ ୮ ତାରିଖରେ ଅଧିକ ରହିବ ବର୍ଷାର ପରିମାଣ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।
ସକାଳ ୮ଟା ପରଠୁ ପ୍ରଚଣ୍ଡ ଖରା ସହ ତାଳ ଦେଇ ଜନଜୀବନକୁ କଲବଲ କରି ଦେଉଥିଲା ଗୁଳୁଗୁଳି ।
ଆଜିକୁ ୪୦ ବର୍ଷ ହେଲାଣି ରହି ଆସୁଛନ୍ତି ରାଜଧାନୀରେ। କିନ୍ତୁ ଏଭଳି ପ୍ରଚଣ୍ଡ ତାତି ସେ କେବେ ଅନୁଭବ କରିନାହାନ୍ତି।
୧୦/୧୫ ବର୍ଷ ତଳେ ରାଜଧାନୀରେ କେମିତି ବୋହୁଥିଲା ଶୀତଳ ପବନ, କେମିତି ଆରାମଦାୟକ ଥିଲା ଭୁବନେଶ୍ୱର। କିନ୍ତୁ ଆଜି ଶୀତଳ ନୁହେଁ, ଝାଞ୍ଜି ମାଡ଼ରେ ପୋଡ଼ିଯାଉଛି ସର୍ବାଙ୍ଗ। ମୁଣ୍ଡ ଉପରେ ସୂର୍ଯ୍ୟଙ୍କ ପ୍ରକୋପ, ପାଦ ତଳେ ଉତ୍ତପ୍ତ ଧରାପୃଷ୍ଠ।
ସାରା ଓଡ଼ିଶା ପାଲଟିଛି ତତଲା ତାୱା। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ଭୀଷଣ ଗ୍ରୀଷ୍ଣ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି।
ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ରାଜଧାନୀ, ସନ୍ତୁଳି ହେଉଛି ହଜାରେ ବର୍ଷର ସହର କଟକ। ଗତ ୧୦ ଦିନ ହେଲା ଟ୍ବିନସିଟିରେ ଖରା ତ ନୁହେଁ, ଆକାଶ ଉପରୁ ସତେଯେମିତି ଖସୁଛି ନିଆଁଝୁଲ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍।
୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଆଜି ସର୍ବାଧିକ ୪୪.୬ ଡିଗ୍ରୀ ସହ ଚଳିତ ଗ୍ରୀଷ୍ମୠତୁରେ ସର୍ବକାଳୀନ ରେକର୍ଡ କରିଛି ଭୁବନେଶ୍ୱରର ତାପମାତ୍ରା।
କାଲିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମଲହରି। ସୂର୍ଯ୍ୟକୋପରେ ଜଳିବ ଉପକୂଳରୁ ଉପାନ୍ତ। କାଲିଠୁ ଦୁଇ ଦିନ ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଗଜପତି, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବାର ସମ୍ଭାବନା ରହିଛି।
୨୩ ଓ ୨୪ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ। ପାରଦ ୨ ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଜି ବୌଦ୍ଧ ଓ ବାରିପଦାରେ ତାତି ୪୫ ଡିଗ୍ରୀ ଟପିଲା। ଉଭୟ ବୌଦ୍ଧ ଓ ବାରିପଦା ତାପମାତ୍ରା ୪୫.୨ ଡିଗ୍ରୀ ରହିଛି।
ପ୍ରଚଣ୍ଡ ତାତିରେ କଲବଲ ସାରା ଓଡ଼ିଶା। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଛି। ୩୨ ସହର ତାପମାତ୍ରା ୪୦ ଉପରେ ରହିଲା।
ଆଜି ଦିନ ୨ଟା ୩୦ ସୁଦ୍ଧା ଚାନ୍ଦବାଲି, ଭୁବନେଶ୍ୱର, ବାଲେଶ୍ୱରରେ ତାପମାତ୍ରା ବଢ଼ିଛି ।