Advertisment

Matric Exam: ପରୀକ୍ଷା କେନ୍ଦ୍ରରେ ଖାଲି ପଡ଼ିଛି ସିଟ୍; ଦାଦନ ଖଟୁଛନ୍ତି ଛାତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୪ଟି ପରୀକ୍ଷା କେନ୍ଦ୍ରରେ ୨ ହଜାର ୭୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲ୍-ଅପ୍ କରିଥିଲେ। ମାତ୍ର ପରୀକ୍ଷା ଦେଉଛନ୍ତି ୨ ହଜାର ୭୧୨ ଜଣ। ବାକି ୬୩ ଜଣ  କିଏ ତାମିଲନାଡୁର ଜୁସ୍ କମ୍ପାନୀରେ କାମ କରୁଛି ତ, ଆଉ କିଏ କେରଳରେ ପ୍ଲାଏ ଉଡ୍ କମ୍ପାନୀରେ ମଜୁରୀ ଖଟୁଛି।

author-image
Tapaswini Nayak
undefined

Matric Exam

ସାର୍ ଆମ ପୁଅ ଦାଦନ ଖଟିବାକୁ ଯାଇଛି। ଘରେ ଅଭାବ-ଅନଟନ, ଖାଇବାକୁ କିଛି ନାହିଁ। ପରୀକ୍ଷା ଥିଲେ ବି ଆମେ କଣ କରିପାରିବୁ। ଏ ହେଉଛି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଅଭିଭାବଙ୍କର ମନର ଯନ୍ତ୍ରଣା। ପରିବାରର ଆର୍ଥିକ-ଅନଟନ ଆଜି ତାଙ୍କ ପୁଅକୁ ଦାଦନ ଶ୍ରମିକ ସଜାଇ ଦେଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।

Advertisment

ଏବେ ଚାଲିଛି ମାଟ୍ରିକ୍ ପରୀକ୍ଷା। ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାଇମୁଣ୍ଡାଇ ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟ ସମେତ ଏକାଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। କିନ୍ତୁ ସିଟ୍ ଖାଲି ଦେଖି ଯାହା ବୁଝିଲୁ, ତାହା ଚିନ୍ତାଜନକ। ଏକାଧିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ଅନୁପସ୍ଥିତ। ପଚାରିବାରୁ ଘରେ କହୁଛନ୍ତି- ଅଭାବୀ ସଂସାର, ଛୁଆ ଦାଦନ ଖଟିବାକୁ ଯାଇଛି, ସାର୍ କହୁଛନ୍ତି- ଆମେ କଣ କରିବୁ, ଯେତେ ବୁଝାଇଲେ ବି ପରୀକ୍ଷା ଦେବାକୁ ଆସିଲେନି।

ଅଧିକ ପଢ଼ନ୍ତୁ: ଡ୍ରପ ଆଉଟ କମୁନି, ଦଶମ ପରୀକ୍ଷା ଦେଲେନି ୧୦ ହଜାର ପିଲା

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୪ଟି ପରୀକ୍ଷା କେନ୍ଦ୍ରରେ ୨ ହଜାର ୭୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲ୍-ଅପ୍ କରିଥିଲେ। ମାତ୍ର ପରୀକ୍ଷା ଦେଉଛନ୍ତି ୨ ହଜାର ୭୧୨ ଜଣ। ବାକି ୬୩ ଜଣ  କିଏ ତାମିଲନାଡୁର ଜୁସ୍ କମ୍ପାନୀରେ କାମ କରୁଛି ତ, ଆଉ କିଏ କେରଳରେ ପ୍ଲାଏ ଉଡ୍ କମ୍ପାନୀରେ ମଜୁରୀ ଖଟୁଛି। ପରିବାରର ଅଭାବ-ଅନଟନ ଏମାନଙ୍କୁ ପର ରାଜ୍ୟରେ ମଜୁରୀ ଖଟିବାକୁ ବାଧ୍ୟ କରିଛି।

Advertisment

ଆଉ କିଏ ପାଠ ଡରରେ ବି ଘର ଛାଡ଼ି ପଳାଇ ଯାଇଛି। ଘଟଣା ସଂପର୍କରେ ପରିବାର ଲୋକଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭାବୀ ସଂସାର, ଛୁଆ ଦାଦନ ଖଟିବାକୁ ଯାଇଛି। ସେହିପରି ସ୍କୁଲ ସାର୍ କହିଛନ୍ତି, ଆମେ କଣ କରିବୁ, ଯେତେ ବୁଝାଇଲେ ବି ପରୀକ୍ଷା ଦେବାକୁ ଆସିଲେନି।

ବାଳ ଶ୍ରମିକ ଭଳି କୁପ୍ରଥାକୁ ରୋକିବା ପାଇଁ ଏକାଧିକ ସରକାରୀ ବ୍ୟବସ୍ଥା ହୋଇଛି। ୫ରୁ ୧୪ ବର୍ଷ ଯାଏ ମାଗଣା ଶିକ୍ଷାଠୁ ନେଇ ବହି-ଖାତା-ପୋଷାକ ସାଙ୍ଗକୁ ମଧ୍ୟାହ୍ନ ଯୋଜନାର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଏସବୁ ଯେମିତି ଫେଲ୍ ମାରିଛି।

ସ୍ୱାଧୀନତାର ୭୮ ବର୍ଷ ପରେ ଯଦି ଶିକ୍ଷାର ଏପରି ଅବସ୍ଥା ତେବେ ସୁଧାର କେବେ ଆସିବ, ଏକ ବିରାଟ ପ୍ରଶ୍ନ। ସେ ଯାହା ବି ହେଉ ଯଦି ମୌଳିକ ସମସ୍ୟା ଦୂର ହୋଇପାରନ୍ତା, ତେବେ ଆପାତତଃ ବାଳ ଶ୍ରମିକ ଭଳି କୁପ୍ରଥାକୁ ମଧ୍ୟ ରୋକାଯାଇ ପାରନ୍ତା

ଅଧିକ ପଢ଼ନ୍ତୁ: ମାଟ୍ରିକ୍ ପରୀକ୍ଷା ଆଡମିଟ କାର୍ଡ ଦେବାକୁ ପିଲାଙ୍କଠୁ ଶହେ ଟଙ୍କା ଲାଞ୍ଚ ନେଉଛନ୍ତି ଶିକ୍ଷକ !

Kendrapara Student Matric Exam
Advertisment
Advertisment