• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସମ୍ପତ୍ତି ଦେଖି ଆଖି ଟେରା । ଜଣେ GRSଙ୍କ ସମ୍ପତ୍ତି ଦେଖିଲେ ଆଖି ଟେରା ହୋଇଯାଉଛି । ଏତେ ସମ୍ପତ୍ତି ସେ କେମିତି କଲେ ଏକାଠି । କେଉଠୁ ଆସିଲା ଏତେ ଟଙ୍କା ? ଏହି GRS ଜଣକ ହେଲେ ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ବାବୁଲି ପଢ଼ଆରି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଘରେ ଓ ଅଫିସରେ ଆଜି ରେଡ୍ କରିଛି ଭିଜିଲାନ୍ସ । ରଘୁନାଥପୁର ପୈତୃକ ଘର ଓ କଳାରାହାଙ୍ଗ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ ।

ଏକକାଳୀନ ୬ଟି ଜାଗାରେ ରେଡ୍ ହୋଇଛି । ଏଥିରୁ ଜଣାପଡ଼ିଛି ତାଙ୍କର ୫୯ଟି ପ୍ଲଟ୍‌ ଅଛି । ଦୁଇ ଚାରିଟା ନୁହେଁ, ପୁରା ୫୯ଟି ପ୍ଲଟ । ଏଥି ମଧ୍ୟରୁ ଭୁବନେଶ୍ୱର ପ୍ରାଇମ୍ ଏରିଆରେ ଅଛି ୫୮ଟି ପ୍ଲଟ୍‌ । ଗୋଟିଏ ପ୍ଲଟ ଅଛି କଟକ ବେଲଗଛିଆରେ । ତାସହିତ ରଘୁନାଥପୁରରେ ଗୋଟିଏ ୩ ମହଲା କୋଠା, ଆଉ ଏକ ଘର ଅଛି । ଖାଲି ସେତିକି ନୁହେଁ ଆଶୀର୍ବାଦ ପ୍ଲାଜାରେ ଗୋଟିଏ ଫ୍ଲାଟ ମଧ୍ୟ ରହିଛି । ଏହା ସହିତ ବ୍ୟାଙ୍କ, ଡିପୋଜିଟ୍‌, ବୀମା ଓ ଅନ୍ୟ ଧନ ସଂପତ୍ତି ଖୋଜୁଛି ଭିଜିଲାନ୍ସ । ରେଡ୍ ଜାରି ରହିଛି, ସକାଳୁ ରେଡ୍‌ ହୋଇଥିଲେ ସୁଦ୍ଧା ଏଯାଏଁ ଆକଳନ ସରି ନାହିଁ ।

ରାଜ୍ୟରେ ଏବେ ଏହିଭଳି ରେଡ୍‌ ବାରମ୍ବାର ହେଉଛି । ଭିଜିଲାନ୍ସ ରେଡ୍‌ ଯେମିତି ନିତିଦିନିଆ କଥା ପାଲଟିଲାଣି । ଏହି ରେଡ୍‌ର ଶିକାର ହେଉଛନ୍ତି ଯନ୍ତ୍ରୀ ତଥା ସରକାରୀ କମଚାରୀ । ସେମାନଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲୁଛି ଭିଜିଲାନ୍ସ । ଏହି ସବୁ ସରକାରୀ ଅଧିକାରୀଙ୍କ ଘରୁ କୋଟି କୋଟି ଟଙ୍କା ନଗଦ ଜବତ କରାଯିବା ସହ ପ୍ରବଳ ସମ୍ପତ୍ତି ଜବତ କରାଯାଇଛି । ଏମିତିକି ଶତାଧିକ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଇଛି ।