କେଉଁଠି ମିଛ ବିନିଯୋଗ ପ୍ରମାଣପତ୍ର ଦେଇ, ତ କେଉଁଠି ବିନା ଅନୁମୋଦନରେ ଗୋଟିଏ କାମ ପାଇଁ ଆସୁଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରି ଶହ ଶହ କୋଟି କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ହେରଫେର ହୋଇଛି ଏବଂ ଯାହାର ହିସାବ ଓମ୍ଫେଡ୍ ପାଖରେ ନଥିବା ଶୁଣିବାକୁ ମିଳିଛି ।
ରାଜ୍ୟର ଦୁଗ୍ଧଚାଷୀଙ୍କ ପାଇଁ ଲାଭପ୍ରଦ ହେଉ କି ନହେଉ କିଛି ଅଧିକାରୀଙ୍କ ପାଇଁ କିନ୍ତୁ ଯେମିତି ଦୁଧିଆଳୀ ଗାଈ ପାଲଟିଛି ଓମଫେଡ୍। ପୂର୍ବରୁ ପଲିଥିନ୍ କିଣା ଓ ବିଜ୍ଞାପନ ଦୁର୍ନୀତି ଅଭିଯୋଗ ପରେ ଏବେ ବିଭାଗୀୟ ଅଡିଟ୍ ଧରିଥିବା ୨୦୭ କୋଟି ଟଙ୍କାର ଆର୍ଥିକ ଅନିୟମିତତାକୁ ନେଇ ଚର୍ଚ୍ଚା।
ଫେବୃଆରୀ ୨୦୧୯ରେ ବିଭାଗ ଦ୍ୱାରା ହୋଇଥିବା ଏକ ସ୍ୱତନ୍ତ୍ର ଅଡିଟ୍ରେ ଧରା ପଡିଥିଲା ଏହି ଦୁର୍ନୀତି