• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟ୍‌ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ସ୍କୁଟି ଡିକି ତାଡ଼ି ୨ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ ।

ବଙ୍ଗେମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ରୋଶନ ମେହେର କଣ୍ଟାବାଞ୍ଜି ଷ୍ଟେଟ ବ୍ୟାଙ୍କରୁ ୨ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ନିଜ ଗାଁକୁ ଫେରୁଥିଲେ । ବଙ୍ଗୋମୁଣ୍ଡାରେ ପହଞ୍ଚି ସେ ଗୋଲେଇ ଛକ ଠାରେ ଥିବା ଏକ ମେଡ଼ିକାଲ ଦୋକାନରୁ ଔଷଧ କିଣିବା ପାଇଁ ଯାଇଥିଲେ । ସେହି ସମୟରେ ଦୁଇ ଜଣ ଲୁଟେରା ବାଇକରେ ଆସିଥିଲେ । ଜଣେ ବାଇକ ଷ୍ଟାର୍ଟରେ ରଖିଥିବା ବେଳେ ଅନ୍ୟ ଜଣେ ସ୍କୁଟି ତାଡ଼ି ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ମେଡିସିନ ଦୋକାନରେ ଲାଗିଥିବା ସିଟିସିଭିରେ ଚୋରି ବେଳର ଦୃଶ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି । ଖବର ପାଇ ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଏହି ଅଞ୍ଚଳରେ ତାତି ବଢିବା ଫଳରେ ଲୋକେ ଘରୁ ବାହାରୁ ନଥିବାବେଳେ ପୋଲିସ ପାଟ୍ରୋଲିଂ ବି ହେଉନି, ଯାହାର ଫାଇଦା ନେଇ ଅଂଚଳରେ ଲୁଟେରା ମାତିଛନ୍ତି ।