Advertisment

‘ଅଭିନେତ୍ରୀଙ୍କ ଜୀବନ ସହ ଖେଳୁଥିଲେ ମିଲନ’

ଅଭିନେତ୍ରୀଙ୍କ ଜୀବନ ସହ ଖେଳୁଥିଲେ ମିଲନ। ବିବାହ ପ୍ରଲୋଭନ ଦେଖା ଟଙ୍କା, ବୁଲେଟ, କାର, ସୁନା ଭଳି ସାମଗ୍ରୀ ଦେଇଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ କହିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odia Actor Arrested

Odia Actor Arrested

ବିବାହ ପ୍ରତିଶ୍ରୁତି ଦେଇ ଗିରଫ ହୋଇଥିବା ଓଡ଼ିଆ ଅଭିନେତା ମିଲନ ମହାରଣା ଓରଫ ସୁମନ ମହାରଣାଙ୍କ ଆଉ ଏକ ଗୁମର ଖୋଲିଛି। ଅଭିନେତ୍ରୀଙ୍କ ଜୀବନ ସହ ଖେଳୁଥିଲେ ମିଲନ। ବିବାହ ପ୍ରଲୋଭନ ଦେଖା ଟଙ୍କା, ବୁଲେଟ, କାର, ସୁନା ଭଳି ସାମଗ୍ରୀ ଦେଇଥିବା ସମ୍ପୃକ୍ତ ଯୁବତୀ ଅଭିଯୋଗ କହିଛନ୍ତି।

Advertisment

ବିବାହ ପ୍ରତିଶ୍ରୁତି ଦେଇ ସୁମନ୍ ପ୍ରତାରଣା କରିଥିବା ଅଭିଯୋଗରେ ପାହାଳ ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବତୀ। ଯୁବତୀଙ୍କ ଅଭିଯୋଗ ଆଧାରରେ ଅଭିନେତା ସୁମନଙ୍କୁ ପୋଲିସ  ଗିରଫ କରିଛି।

ଯୁବତୀ ଜଣକ ଅଭିଯୋଗ ଆଣି କହିଛନ୍ତି, ‘ଫୋନ୍‌ ପେ’ରେ ପାଖାପାଖି ୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲି। ଯାହାର ପ୍ରମାଣ ମୋ ପାଖରେ ଅଛି। ଗାଡ଼ି କିଣିବା ପାଇଁ ମଧ୍ୟ ପାଖାପାଖି ୨ ଲକ୍ଷ ଟଙ୍କାର କ୍ୟାସ୍‌ ମଧ୍ୟ ଦେଇଥିଲି। ୨ ବର୍ଷ ହେବ ତାଙ୍କ ସହ ମୋ ରିଲେସନ୍‌ଶିପ୍‌। ଶୁଟିଂରୁ ତାଙ୍କ ସହ ମୋର ସାକ୍ଷାତ ହୋଇଥିଲା।’

Advertisment

‘ଅନ୍ୟ ଝିଅଙ୍କ ସହ ସେ ସମ୍ପର୍କ ରଖିଥିଲେ। ୨ ମାସ ପରେ ତାଙ୍କ ସହ ମୋର ବିବାହ ହୋଇଥାନ୍ତା। ହେଲେ ତା’ ପୂର୍ବରୁ ସେ ମୋତେ ଧୋକା ଦେଲେ’ ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି। 

Betrayed In Love Odia Actor Odia Actor Arrested
Advertisment
Advertisment