• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଓଡ଼ିଶାକୁ ମିଳିଲା ସଫଳତା । ଓଡ଼ିଶା ପାଇଁ ଗୌରବ ଆଣିଲେ ପ୍ରତ୍ୟାଶା ଓ ରାଜେନ୍ଦ୍ର । ଓଡ଼ିଶାକୁ ଦେଲେ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ । ବାଙ୍ଗାଲୋରରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ସୋମବାର ଓଡ଼ିଶାକୁ ମିଳିଛି ଦୁଇ ଦୁଇଟି ସଫଳ୍‌ ।

ଓଡ଼ିଶାକୁ ଆଜି ମିଳିଲା ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ । ସନ୍ତରଣରେ ପ୍ରତ୍ୟାଶା ରାୟ ରୌପ୍ୟ ପଦକ ହାସଲ କରିଥିବା ବେଳେ ୬୧ କିଲୋ ଓଜନ ବର୍ଗର ଭାରୋତ୍ତଳନ ପ୍ରତିଯୋଗୀତାରେ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଛନ୍ତି । ଯାହାକୁ ନେଇ ଓଡ଼ିଶା ଗୌରବାନ୍ୱିତ । ରାଜେନ୍ଦ୍ର ନିଜ ବିଜୟ ପାଇଁ ପରିବାର, କୋଚ ଓ ସାଥି ମାନଙ୍କୁ ଶ୍ରେୟ ଦେଇଛନ୍ତି । ସେହିଭଳି ପ୍ର୍ୟତ୍ୟାଶା ମଧ୍ୟ ନିଜ ବିଜୟ ପାଇଁ ବେଶ ଖୁସିଥିବା କହିଛନ୍ତି ।