ଦୁଇରୁ ତିନି ଦିନ ଭିତରେ ବାତ୍ୟା ହେବ କି ନାହିଁ, ତାହାର ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।
ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ଆଡକୁ ମୁହାଁଉଛନ୍ତି ହଜାର ହଜାର ଅଲିଭ୍ ରିଡ୍ଲେ କଇଁଚ ଶାବକ ।
ବିଶ୍ୱାସରେ ବିଷ ଦେଲା ସ୍ୱାମୀ । ସ୍ତ୍ରୀକୁ ପିଟିପିଟି ଜୀବନରୁ ମାରି ପକାଇଲା ।
ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି ।
ଜଣେ ଗରିବ ଲୋକଙ୍କୁ ନ୍ୟାୟ ଦେବା ଲକ୍ଷ୍ୟରେ ଧାରଣା ଦେଇଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।
ବିବାହ କରିବାକୁ କହି ଯୁବକଙ୍କୁ ପ୍ରତାରଣା । ଅଜଣା ସମ୍ପର୍କରୁ ପ୍ରେମ ତାପରେ ବିବାହ ପ୍ରସ୍ତାବ ନିମନ୍ତ୍ରଣ କାର୍ଡ ଛପାଇ ବିବାହ ଠିକ୍ ବି ହୋଇଗଲା ଆଉ ତା ପରେ ଯୁବକଙ୍କୁ ଫୁସୁଲାଇ ସବୁ ସୁନା ଗହଣା ଓ ଲକ୍ଷେ ଟଙ୍କା ନେଇ ଯୁବତୀ ଛୁ ।
ମେଡିକାଲ୍ରେ ୪ ଘଣ୍ଟା ଧରି ବିଦ୍ୟୁତ୍ କଟ୍ । ବାହାରେ ଗରମ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହୋଇଥିବା ବେଳେ ମେଡ଼ିକାଲ୍ ଭିତରେ ପାୱାର କଟ୍ । ଫଳରେ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।
ତାତିରୁ ମିଳିବ ଆଶ୍ୱସ୍ତି । ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ମେ’ ପହିଲାରୁ ପ୍ରଚଣ୍ଡ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦେଶର ୭୦ ପ୍ରତିଶତ ବିଜୁଳି କୋଇଲା ଉପରେ ନିର୍ଭରଶୀଳ । ତେବେ କୋଇଲା ସଙ୍କଟର ତୁରନ୍ତ ସମାଧାନ ନ ହେଲେ, ଆଗକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଅନେକ ବାଧା ଉପୁଜିପାରେ ।
ରାଜଧାନୀରେ ନିବିଡ଼ ସମ୍ପର୍କ ନାଁରେ ଦୁଇ ଦୁଇ ଜଣ ଯୁବକଙ୍କ ଧୋକାବାଜି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନାମ ଦେଲା ନିବିଡ଼ ସମ୍ପର୍କ । ଜଣଙ୍କୁ ୯୭ ଲକ୍ଷର ଚୂନା ଲଗାଇ ଚାଲିଗଲା ଦଗାଦିଆ ବୟଫ୍ରେଣ୍ଡ । ଆଉ ଜଣେ ବ୍ଲାକମେଲିଂ କରି ଯୁବତୀ ଠାରୁ ହାତେଇ ନେଇଛନ୍ତି ୧୦ ଭରି ସୁନା ।
IFS ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କରାଯାଇଛି ।
ଘସିପୁରା ତହସିଲ ମଦନପୁର ଗାଁରେ କାଜୁ ଜଙ୍ଗଲରୁ ମାଙ୍କଡା ପଥର ଖୋଳିବା ମାମଲାରେ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କୋଲକାତା ବେଞ୍ଚରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ
ବିଷଧର ସାପ ସହ ନାଚଗୀତ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ କରଞ୍ଜିଆ ବନବିଭାଗ ସଂପୃକ୍ତ ସାପୁଆକେଳା ରାମ ସିଂକୁ ଗିରଫ କରିଛି ।
ଏଣିକି SCB ଓପିଡିରେ ଲାଗୁ ହେବ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା । ଆସନ୍ତା ୯ ତାରିଖରୁ ଏହି ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯିବ ।
କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଆଗରେ ଏବେ ବି ଡହ ଖରାରେ ସିଝୁଛନ୍ତି ଶହ ଶହ ରୋଗୀ: ସବୁ ଦେଖି ଯେମିତି ଚାହିଁ ଜଳକା ସାଜିଛନ୍ତି କର୍ତ୍ତୃପକ୍ଷ । ସରକାରୀ କଳର ବଧିରପଣକୁ ନେଇ ପ୍ରଶ୍ନ
ରାଜ୍ୟରେ କ୍ରମାଗତ ଗ୍ରୀଷ୍ମପ୍ରବାହ ଓ ତତଲା ହାୱା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ବି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ଓ ସମଗ୍ର ରାଜ୍ୟରେ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି ।
ଆଜି ପ୍ରଥମ ଦିନ ଥିବାରୁ ଛାତ୍ରଛାତ୍ରୀ ଟିକିଏ ସହଳ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ । ତେବେ କରୋନା ମହାମାରୀ ପୁଣି କାୟା ମେଲାଇବାକୁ ଆରମ୍ଭ କରିଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରୀସ୍ତରରେ ଅନେକ ଯୋଜନା ହେଉଛି। ବିହନ, ଔଷଧ, କୃଷି ଯନ୍ତ୍ରପାତି ରିହାତି ଦରରେ ଯୋଗାଇ ଦିଆଯାଉଛି। ହେଲେ କଲ୍ୟାଣ ବଦଳରେ ଏହା ଚାଷୀଙ୍କୁ ସମସ୍ୟାରେ ପକାଉଛି। ନିମ୍ନମାନର ବିହନ ହେତୁ କ୍ଷତିଗ୍ରସ୍ତ ଖଡିଆଳର ପିଆଜ ଚାଷୀ...
ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ..ଶୋକାକୂଳ ପରିବେଶରେ ପୂରା ପରିବାର।
ମାଲକାନଗିରି କାଲିମେଳା ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଗୁରୁତର ।
ଖାଲି ସୁଦୀପ୍ ବନାମ୍ ଅଜୟ ଦେବଗନ୍ କାହିଁକି? ବହୁ ପୂର୍ବରୁ ଅନେକ ଥର ଉଠିଛି ଜାତୀୟ ଭାଷା ଝଡ଼ । ହିନ୍ଦୀ ଜାତୀୟ ଭାଷା କି ନୁହେଁ, ତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବହୁ ବଡ଼ ବଡ଼ ହସ୍ତି । କିଛି ସପ୍ତାହ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରସ୍ତାବ ରଖିଥିଲେ ଯେ, ବିଭିନ୍ନ ରାଜ୍ୟର ଲୋକମାନେ ପରସ୍ପର ସହ ଇଂରାଜୀରେ ନୁହେଁ ବରଂ ହିନ୍ଦୀରେ କଥାବାର୍ତ୍ତା କରିବା ଉଚି
ଅସହ୍ୟ ଖରାରେ ଛଟପଟ ଜୀବ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରି ଚର୍ଚ୍ଚାରେ ନୟାଗଡ଼ର ଚର୍ଚ୍ଚିତ ଯୁବ ଗୋଷ୍ଠୀ 'ଅନନ୍ୟା ଫାଉଣ୍ଡେସନ' l ଯୁବ ଗୋଷ୍ଠୀଙ୍କ ଏହି ନିଆରା ପ୍ରୟାସ ପାଇଁ ସବୁଆଡୁ ଛୁଟିଛି ପ୍ରଶଂସାର ସୁଅ l