Orissa High Court
କୋଇଲା ଅଭାବରୁ ନାଲକୋରେ ଅଚଳବସ୍ଥା । ଏନେଇ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ । ଅଚଳବସ୍ଥା ଦୂର କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ କୋଇଲା, ଖଣି ଓ ଶକ୍ତି ସଚିବଙ୍କ ସହ ରେଲୱେ, ନାଲକୋ ଏବଂ ଏମସିଏଲର ସିଏମଡି ଆସନ୍ତାକାଲି ବୈଠକ କରିବାକୁ କୋର୍ଟ କହିଛନ୍ତି ।
Advertisment
ନାଲକୋର ଅଚଳବସ୍ଥା କିପରି ଦୂର କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ କୋର୍ଟଙ୍କୁ ପରବର୍ତ୍ତୀ ଶୁଣାଣିରେ ଜଣାଇବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ କୋର୍ଟଙ୍କ ପୂର୍ବ ଅନ୍ତରୀଣ ଆଦେଶ ଅନୁସାରେ ନାଲକୋକୁ କିଛି ରେକ ଯୋଗାଇଦିଆଯାଇଛି ବୋଲି ସତ୍ୟପାଠ ଦାଖଲ ହୋଇଛି । ତେବେ ଅନ୍ତରୀଣ ଆଦେଶ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)