/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650892407.jpg)
All govt and private schools in #Odisha to remain closed from tomorrow
ଆଜିଠାରୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖିବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ଆଜିଠୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ ଆସନ୍ତା ମେ ୧ ତାରିଖରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖେଲିବା ସହ ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ଗ୍ରୀଷ୍ମଛୁଟି ପାଇଁ ଘୋଷଣା କରାଯାଇଥିଲା । ହେଲେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି ।
ଗତ କିଛି ଦିନ ଧରି ସାରା ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ପାଇଁ ଅଭିଭାବକ ମହଲରେ ଦାବି ହୋଇ ଆସୁଥିଲା । ପ୍ରବଳ ଖରାକୁ ଦେଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜିଠୁ ୫ ଦିନ ଯାଏଁ ସ୍କୁଲ ବନ୍ଦ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)