/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650877585.jpg)
Chatrapur Trader Murder
ଅଧୁରା ରହିଗଲା ସ୍ୱପ୍ନ। ହୋଇପାରିଲେନି ସାତ ଜନ୍ମର ସାଥୀ। ବିବାହ ପୂର୍ବରୁ ଅକାଳରେ ଚାଲିଗଲା ଦୁଇ ଦୁଇଟି ଜୀବନ। ଭାବି ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଯୁବତୀ ଆତ୍ମହତ୍ୟା କରିଛନ୍ତି। ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା ପରେ ଶେଷରେ ଯୁବତୀ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ବ୍ୟବସାୟୀଙ୍କ ସହ ବିବାହ ସ୍ଥିର ହୋଇଥିବା ସମ୍ପୃକ୍ତ ଯୁବତୀ ଆତ୍ମହତ୍ୟା କରିଛନ୍ତି।ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଏହି ଘଟଣା ଘଟିଛି। ସକାଳେ ବିଷ ପିଇ ଗୁରୁତର ଥିବା ଯୁବତୀଙ୍କ ଏମ୍କେସିଜିରେ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ୨ ଦିନ ପୂର୍ବେ ଗତ ୨୩ ତାରିଖରେ ଛତ୍ରପୁରରେ ସିମେଣ୍ଟ ବ୍ୟବସାୟୀ କୃଷ୍ଣ ଚନ୍ଦ୍ରଙ୍କୁ ପିଟିପିଟି ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଛତ୍ରପୁର ନିକଟସ୍ଥ ହଂସପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା।
ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ହଂସପୁର ଛକରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ଏହି ସମୟରେ ବ୍ୟବସାୟୀଙ୍କ ସହ ବିବାହ ସ୍ଥିର ହୋଇଥିବା ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବତୀଙ୍କ ମୃତ୍ୟୁ ଘଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)