• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାନଦୀରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ ନଦୀଭିତିକ ଜେଟ୍ଟି । ଗଙ୍ଗା ଓ ବ୍ରହ୍ମପୁତ୍ର ପରେ ଦେଶର ତୃତୀୟ ନଦୀଭିତ୍ତିକ ଜେଟ୍ଟି । ଆଜି ପାରାଦୀପ ଇଫକୋରେ ଉଦ୍‌ଘାଟିତ ହୋଇଛି । କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ୍ ଏହାକୁ ଲୋକାର୍ପିତ କରିବା ସହ ଏଠାରୁ ପଣ୍ୟ ପରିବହନର ଶୁଭାରମ୍ଭ କରିଥିଲେ ।

ଅନ୍ତର୍ଦେଶୀୟ ଜଳମାର୍ଗ ପରିଯୋଜନା ଅନ୍ତର୍ଗତ ଏହି ଜେଟ୍ଟି ନିର୍ମାଣରେ ପ୍ରାଥମିକ ପର୍ଯ୍ୟାୟରେ ଇଫକୋ ସାର କାରଖାନା ୧୦ କୋଟି ଟଙ୍କା ବ୍ୟୟ କରିଛି । ଏହାର କ୍ଷମତା ରହିଛି ବାର୍ଷିକ ୧୦ ଲକ୍ଷ ମେଟ୍ରିକ ଟନ୍ । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ନଦୀରେ ଜେଟ୍ଟିମାନ ନିର୍ମାଣ କରାଯାଇ ନଦୀଭିତ୍ତିକ ପଣ୍ୟ ପରିବହନ ତ୍ୱରାନ୍ୱୀତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ସଡ଼କପଥ ଓ ରେଳପଥ ଅପେକ୍ଷା ଖୁବ୍ କମ୍ ବ୍ୟୟରେ ଏବଂ ଅଧିକ ନିରାପଦରେ ପଣ୍ୟ ପରିବହନ ହୋଇପାରିବ । ଫଳରେ ଦେଶର ଅର୍ଥବ୍ୟବସ୍ଥା ଅଧିକ ମଜଭୁତ୍
 ହୋଇପାରିବ ବୋଲି ଜାହାଜ ଚଳାଚଳ ମନ୍ତ୍ରୀ କହିଛନ୍ତି ।