ହାତୀ-ମଣିଷ ଲଢେଇ ରୋକିବେ ମହୁମାଛି । ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ରେଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟରେ ଗାଁ ମୁହାଁ ହାତୀଙ୍କୁ ଘଉଡାଇବା ସହଜ ହେବ ବୋଲି ଆଶା ରଖିଛି ବନ ବିଭାଗ ।
ରଜ ଗୀତ ଓ ଓଡ଼ିଆ ଆଧୁନିକ ଗୀତର ତାଳେ ତାଳେ ନାଚଗୀତ ଆରମ୍ଭ କଲେଣି କଟକ, ସାଲେପୁର ଅଞ୍ଚଳର କୁନି କୁନି ପଲାମାନେ । ଭଳିକି ଭଳି ଡିଜାଇନର ମେହେନ୍ଦି ସାଙ୍ଗକୁ ଅଳତା ବି ନାଇଛନ୍ତି ପାଦରେ ।
୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବାସନ୍ତୀ।
୨୨ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୫, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ କୁପୋଷଣକୁ ଦାୟୀ କଲେ ବିଶେଷଜ୍ଞ । ପଛୁଆ ଓ ଆଦିବାସୀ ଜିଲ୍ଲାରେ ସ୍ଥିତି ସଂଗୀନ ।
ସୁଡ଼ଙ୍ଗ ଖୋଳି, ଚାଲିଛି ଉଦ୍ଧାର କାର୍ଯ୍ୟ । ରାହୁଲଠୁ ମାତ୍ର କିଛି ଫୁଟ୍ ଦୂରରେ ରେସ୍କ୍ୟୁ ଟିମ୍ । ଜଳସ୍ତର ହ୍ରାସ ପାଇଁ ଆଖପାଖ ଗାଁରେ ଖୋଲିଦିଆଯାଇଛି ବୋରୱେଲ ।
ମହାନତା ଦେଖାଇଲେ ମନମୋହନ। ମାଟ୍ରିମୋନିରୁ ଫଟୋ ଦେଖି ପସନ୍ଦ ହେବା ପରେ ଦୃଷ୍ଟିବାଧିତ ସୁଜାତାଙ୍କୁ ପ୍ରେମ ନିବେଦନ କରିଥିଲେ ମନମୋହନ। ହେଲେ ପ୍ରଥମେ ଅରାଜି ହେଲେ ସୁଜାତା। କିନ୍ତୁ ପିଛା ଛାଡ଼ିନଥିଲେ ମନମୋହନ। ଦୀର୍ଘ ୩ ବର୍ଷ ପରେ ସୁଜାତାଙ୍କ ହାତ ଧରି ସମାଜ ପାଇଁ ଉଦାହରଣ ସାଜିଲେ ମନମୋହନ ।
ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି । ୨ବର୍ଷ ପରେ ଚର୍ମଚକ୍ଷୁରେ ସ୍ନାନଲୀଳା ଦେଖିବାକୁ ଉଚ୍ଛନ୍ନ ଭକ୍ତ । ସୁରକ୍ଷା ଦାୟିତ୍ୱରେ ୫୨ ପ୍ଲାଟୁନ୍ ଫୋର୍ସ ।
ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କିଛି ଦିନ ପରେ ଘଟଣା ସହ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିଲା ।
ଗତ ୧୦ ଘଣ୍ଟା ହେଲାଣି ରାହୁଲ କିଛି ଖାଇନଥିବା ମିଳିଲା ସୂଚନା
ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କୁ ଯାତ୍ରାକୁ ନି ଯିବା ଲାଗି ପରାମର୍ଶ
ଯୁବକର ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା
ପୁଣି ଲଭ୍, ସେକ୍ସ ଓ ଧୋକା। ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କଲେ। ଆଉ ବିବାହ ପରେ ଧରାଛୁଆଁ ଦେଲାନି। ଶେଷରେ ଠିକଣା ଖୋଜି ଖୋଜି ଆସି ପହଞ୍ଚିଲା ଦ୍ୱିତୀୟ ସ୍ତ୍ରୀ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି।
କୁଚିଣ୍ଡାରେ ଚାଷ ହେଉଥିବା ଲଙ୍କାର ଗୁଣବତ୍ତା ନେଇ ଲ୍ୟାବ୍ ରିପୋର୍ଟ ଆସିବା ପରେ ଆଶା ସଂଚାର ହୋଇଛି
ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା ବିକଶିତ କଲେ ସ୍ୱତନ୍ତ୍ର ସ୍କୁଟର, ଯାହା ଉଭୟ ପେଟ୍ରୋଲରେ ଆଉ ବ୍ୟାଟେରୀରେ ଚାଲିବ ।
ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି ।
ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି।
ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।
ଗଞ୍ଜାମ ଜିଲ୍ଲା ଆସିକା ବିଇଓ ଅଫିସ୍ର କିରାଣୀ ମନୋଜ ପ୍ରଧାନ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ଜଣେ ଶିକ୍ଷକଙ୍କ increment ପେପରକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବା ନିମନ୍ତେ ମନୋଜ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।
ଆଜି ଗୁପ୍ତ ସେନାପଟା ଲାଗି ନୀତି ପାଇଁ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।
ଆଜି ରଜ ସଜବାଜ । କୋଭିଡ୍ କଟକଣା କୋହଳ ଥିବାରୁ ଏଥର ଜମିବ ରଜ ମଉଜ..
ଆଜି ବାଚସ୍ପତି ନିର୍ବାଚନ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବାର ସୂଚନା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
୧୪୯ ରନ୍ର ଟାର୍ଗେଟ୍ ରଖିଥିଲା ଭାରତ