• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତାକାଲି ପହିଲି ରଜ । ଆଜି ରଜ ସଜବାଜ । ରଜ ସଜବାଜକୁ ନେଇ ଉତ୍ସବମୁଖର ହୋଇପଡ଼ିଲାଣି ଗାଁ ଠୁ ସହର । ଚଳିତ ବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ଧୁମ୍‌ଧାମ୍‌ରେ ରଜ ପାଳନ କରିବାକୁ ସବୁଠି ଉତ୍ସାହ ।

କଟକ ମାହାଙ୍ଗା ଉସୁମା ଗାଁରେ କୁଆଁରୀମାନେ ସଜବାଜରେ ପାଇଁ ପଡ଼ିଲେଣି କୁମାରୀମାନେ ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି । ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର ଜମିଲାଣି ।

ରଜ ଓଡ଼ିଶାର ଗଣପର୍ବ ହେବା ସହ ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ । ତେଣୁ ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ ।

ତେବେ କରୋନାକୁ ନେଇ ଗତ ବର୍ଷ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଥିଲା । ଗଣ ପର୍ବ ରଜ ସମୟରେ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଥିଲା । ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ବେଳେ ଲୋକେ ବହୁତ ମାତ୍ରାରେ ଏକାଠି ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଯାଇଥିଲା । ହେଲେ ଚଳିତ ବର୍ଷ କଟକଣା କୋହଳ ହେବାରୁ ଧୂମ୍‌ଧାମ୍‌ରେ ରଜ ପାଳନ କରାଯିବ ବୋଲି ଲୋକେ ଆଶା ରଖିଛନ୍ତି ।