ଏମିତି ଗାଁ ସାରା ରାଜ୍ୟରେ କୋଉଠି ନଥିବ। ଇଏ ଏମିତି ଏକ ଗାଁ ଯାହାର ମାଲିକ ୩ ଗ୍ରାମ ପଞ୍ଚାୟତ ଓ ୨ ବ୍ଲକ୍। ସ୍ଥିତି ଏମିତି ହେଲାଣି ଯେ, ସରକାରଙ୍କ କୌଣସି ଯୋଜନା ଏଠିକାର ଲୋକ ପାଉନାହାନ୍ତି...ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଲେ ଗାଁ ଲୋକେ...
ଜୁନ୍ ୨୦ରେ ଇଟାଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ । ଅନୁଗୁଳ ତାଳଚେରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ଡହଡହ ଖରାରେ ଯେଉଁଠି ସିଝି ଯିବ ସେଓ ସେଠି କିନ୍ତୁ ଚାଷ ହେଉଛି। ୪୦ ଡିଗ୍ରୀ ତାପମାତ୍ରାରେ ଫଳୁଛି ସେଓ ଏବଂ ଅଙ୍ଗୁର।
ପାତାଳପୁରରୁ ବାହାରି ଏବେ ମେଡିକାଲ ବେଡ୍ରେ ମୃତ୍ୟୁ ବିଜୟୀ ରାହୁଲ ସାହୁ। ନର୍କର ଛାତି ଚିରି ଯିଏ ବଞ୍ଚିକି ଫେରିଛନ୍ତି ସେହି ରାହୁଲଙ୍କୁ କିନ୍ତୁ ଏବେ ଖୋଜୁଛନ୍ତି ଆତ୍ମୀୟ। ମା’, ବାପା, ଜେଜେମା’ ସମସ୍ତେ ଖୋଜୁଛନ୍ତି।
ବାହା ହେବାକୁ କହି ଆସିଲେନି ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। ତେଣୁ ହୋଇପାରିଲା ନାହିଁ କୋର୍ଟ ମ୍ୟାରେଜ। ବିଜୟ ଶଙ୍କର ନ ଆସିବାରୁ ଜଗତସିଂହପୁର ଥାନାରେ ଏତଲା କଲେ ପ୍ରେମିକା ସୋମାଲିକା ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ ପରେ ଅମାପ ସମ୍ପତ୍ତିର ଗୁମର ଖୋଲିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ନଗଦ ଟଙ୍କା ସୁନା ଓ ରୁପା ଠାବ ହୋଇଛି।
ଆର୍ମି ଚାକିରି କରିବେ, ଦେଶର ସେବା କରିବେ। ଅଧ ରାତିରୁ ଉଠି ଏଇଥି ପାଇଁ କଠିନ ପରିଶ୍ରମ ବି କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରିଟିନ୍ ପରୀକ୍ଷାକୁ କରିଥିଲେ ଅପେକ୍ଷା। ହେଲେ ବାରମ୍ବାର ତାରିଖ ଆଉ କେନ୍ଦ୍ରର ନୂଆ ଗାଇଡ୍ଲାଇନ୍ ଆସିବା ପରେ ସହିପାରିଲେନି ଧନଞ୍ଜୟ। ପରିଶ୍ରମ ବୃଥା ଯିବା ଅନୁଭବ କରିବା ପରେ ଜୀବନ ହାରିଦେଲେ। ଯେଉଁ ଦୁଆରୁ ପୁଅ ଚାକିରି କରିବା ପାଇଁ ବାହାରି ଥାଆନ୍ତା, ସେଇ ଦୁଆରୁ ଆଜି କୋକେଇ ଉଠିଲା
ରାହୁଲ ସହ ଆମର ଭାବଗତ ସମ୍ପର୍କ ଏତେ ବଢ଼ିଥିଲା ଯେ, ଆମେ ଖାଉନଥିଲୁ। ଶେଷ ୭୨ ଘଣ୍ଟା ପ୍ରାୟ ଆମେ ଖାଦ୍ୟ ଛାଡ଼ି ଦେଇଥିଲୁ। ଆଦୌ ଶୋଉ ନଥିଲୁ। ଏଭଳି କିଛି କହିଛନ୍ତି NDRF କମାଣ୍ଡାଣ୍ଟ।
ପୁଅ ହେବ ତ ଏମିତି। ଗାଁ ଲୋକଙ୍କ ପାଇଁ ପାର୍କ କରିବାକୁ ସ୍ୱପ୍ନ ଦେଖିଥିଲେ ବାପା। କିନ୍ତୁ ଅକାଳରେ ଜୀବନ ଚାଲିଯିବା ପରେ ବାପାଙ୍କ ସ୍ୱପ୍ନକୁ ପୂରଣ କଲେ ପୁଅ। ନିଜ ହାତରୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ତିଆରି କରିଦେଲେ ସୁନ୍ଦର ପାର୍କ। ଏବେ ପିଲାଠୁ ବୁଢା ସମସ୍ତେ ଏଇ ପାର୍କରେ ବସି ନେଉଛନ୍ତି ମଜା ।
ସାରା ଦେଶରେ ଅଗ୍ନିପଥ ଯୋଜନାକୁ ବିରୋଧ । ବଢ଼ୁଛି ଆନ୍ଦୋଳନ, ତେଜୁଛି ଉତ୍ତେଜନା । କିନ୍ତୁ ନିଆରା ଉପାୟରେ ବିରୋଧ କରିଛନ୍ତି ନରେଶ ବିଶ୍ୱାସ ।
ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ SCB ମେଡିକାଲ୍ରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ଅଣାଯାଇଛି। ଜଗାର ସିଟି ସ୍କାନ ଓ MRI କରାଯାଇଥିବା ବେଳେ ଆଜି ଦିଲ୍ଲୀ ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଦଳ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିବେ।
ଯୁବକଙ୍କ ହାତଗୋଡ଼ ରଶିରେ ବନ୍ଧା ହୋଇଥିବା ବେଳେ ବେକକୁ ଧାରୁଆ ଅସ୍ତ୍ରରେ ପ୍ରାୟ ୭୦ ଭାଗ କଟାଯାଇଥିବା ଦେଖିବାକୁ ମିଳିଥିଲା। କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହକୁ ଅଖାରେ ବାନ୍ଧି ଫିଙ୍ଗିଥିବା ଆଶଙ୍କା କରାଯାଉଛି।
ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ତିଥି – ୫ମୀ ରାତ୍ରି ୧୨/୨୦ ଗତେ ୬ଷ୍ଠୀ । ଚନ୍ଦ୍ର – ମକର ସନ୍ଧ୍ୟା ୦୬/୪୩ ଗତେ କୁମ୍ଭ । ଘାତ ଚନ୍ଦ୍ର- ସିଂହ ରାଶିର, ସନ୍ଧ୍ୟା ୦୬/୪୩ ଗତେ ମିଥୁନ ଓ ମୀନ ରାଶିର । ଘାତ ବାର – ବୃଷ, ସିଂହ, କନ୍ୟା ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷି ହାନି- ଭୂମିଦାନ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ସୂଚନା ମିଳିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବର୍ଷାକୁ ଚାତକ ଭଳି ଚାହିଁ ରହିଛି ଚାଷୀ।
ପିଇଓ ଏବଂ ବିଡ଼ିଓ ଏ ସମ୍ପର୍କରେ କେମିତି ଜାଣିପାରିଲେନି ? ନା ଜାଣି ଜାଣି ଅଜଣା ରହୁଛନ୍ତି ?
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ
ନୟାକୋଟ ଥାନା ଉପରବରଡ଼ା ଗାଁରେ ଘଟିଛି ଏହି ଲୋମହର୍ଷକ ହତ୍ୟାକାଣ୍ଡ । ଘଟଣାର ତଦନ୍ତ କରିବା ସହ ନାବାଳକ ପୁଅକୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ ।
ଭ୍ୟାକ୍ସିନ କଭର ଉପରୁ ତାରିଖ ଆଉ ଦାମ୍ ଚିରି ଦେଇଥିବା ଅଭିଯୋଗ।
ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟସ୍ତରୀୟ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ବୈଠକ ।
ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।
ବାପା ବଞ୍ଚିଥିବା ବେଳେ ମଧ୍ୟ ଆଜିକାଲି ପୁଅମାନେ ପଚାରୁ ନାହାନ୍ତି । କିନ୍ତୁ ଢ଼େଙ୍କାନାଳର ଜଣେ ଯୁବକ ତାଙ୍କ ବାପାଙ୍କ ପାଇଁ ତିଆରି କରିଛନ୍ତି ଉଦ୍ୟାନ ।
ମୃତ ନାବାଳକ ହେଲେ ଦୈତ୍ୟରାଜ ନାୟକ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣାର ଛାନଭିନ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।