ପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ କରାଯାଇ ଚାଲିଛି ପୂଜାର୍ଚ୍ଚନା। ମଣ୍ଡପରେ ପ୍ରଭୁଙ୍କ ମୁଣ୍ମୟୀ ମୂର୍ତ୍ତି ଦର୍ଶନ କରି ମେଳା ବୁଲାର ମଜା ନେଉଛନ୍ତି ଶ୍ରଦ୍ଧାଳୁ। ଦର୍ଶକବନ୍ଧୁ ରାଜ୍ୟର କୋଣ ଅନୁକୋଣରେ ଧୁମଧାମରେ ପାଳନ କରାଯାଉଛି ରଜ ପର୍ବ। ଏହି ସମୟରେ ଯାଜପୁରର ଶ୍ରୀବନ୍ତପୁର ଅଞ୍ଚଳରେ କିଛି ନିଆରା ଢଙ୍ଗରେ ପାଳନ କରାଯାଇଛି ରାମ ରାଜା ପର୍ବ।
ରଜ ପାଇଁ ଏ ହସ... ରଜ ପାଇଁ ଏ ଖୁସି... ଆଉ ରଜ ପାଇଁ ଏ କୁଆଁରୀ ଝିଅଙ୍କ ସଜବାଜ । ଆଜି ପହିଲି ରାଜ । ଗତକାଲି ସଜବାଜ ଯାଇଛି । ଆଉ ସେଇଥିପାଇଁ ଏ ଉତ୍ସାହ ।
ଆଉ କ’ଣ ଅଛି ଆଗ ଭଳି ରଜ? ରଜ ଆସିଲେ ମନରେ ଯେଉଁ ପୁଲକ ଜାଗି ଉଠୁଥିଲା ଆଉ ସେ ପୁଲକ ଅଛି କି? ଆଧୁନିକତାର ସ୍ପର୍ଶରେ ଏ ସବୁ ଫିକା ପଡିଯାଇନି ତ…
ରଜପାନ ତ ଖାଇଥିବେ। ଖାଇଛନ୍ତି କି କେବେ ଗୁପ୍ଚୁପ୍ ପାନ। ଗୋଟାକୁ ୧୧ହଜାର ଟଙ୍କା ପର୍ଯ୍ୟନ୍ତ ଅଛି। ଏହା ଭୁବନେଶ୍ୱରରେ ମିଳୁଛି।
ରଜ ଆସିଲେ ଆନନ୍ଦ ଆସେ। କୃଷକ ଘରେ ଖେଳିଯାଏ ଉଲ୍ଲାସ। ଚାଷୀଟିଏ କିପରି ପାଳନ କରେ ରଜ ମଉଜ ଆସନ୍ତୁ ଜାଣିବା…
ହଜି ହଜି ଯାଉଛି ରଜ ଗୀତ। ଆଧୁନିକତାର ମାଡରେ ନୂଆ ପିଢି ଆଉ ଏହି ଲୋକଗୀତକୁ ମନେ ରଖୁ ନାହାନ୍ତି। ତେବେ ଓଡିଶାର ଜନ ଜୀବନ ସହ ଅତି ପରିଚିତ ଥିବା ଏହି ଲୋକଗୀତ ଯେ କେତେ କଥା କୁହେ ତାହା ଜାଣି ନଥିବା ଲୋକ ବୁଝିବ ବା କେମିତି। ଆସନ୍ତୁ ଏହାର ସଂପୂର୍ଣ୍ଣ ଗୀତଟିକୁ ଜାଣିବା ଆଉ ଏଇ ରଜରେ ସମସ୍ତେ ଗାଇବା।
ଓଡିଆ ପରମ୍ପରାରେ ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ। ଯେହେତୁ ରଜରେ ମହିଳାମାନଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ।
ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଭୋଜନ ଶେଷରେ ତାମ୍ବୁଳ(ପାନ) ସେବା ଏକ ନିଆରା ଓଡିଆ ବ୍ୟବସ୍ଥା। ଓଡ଼ିଆ ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନ ଶେଷରେ ତାମ୍ବୁଳ ସେବା କରି ନିଦ୍ରା ଯିବା ପରମ୍ପରା ରହିଛି
ଓଡ଼ିଶାର ପ୍ରାଚୀନ ଲୋକକଥା ଅନୁସାରେ ଯଦି କେହି ରଜରେ ଦୋଳି ନ ଖେଳନ୍ତି ତା’ ହେଲେ ସେ ପରଜନ୍ମରେ କାଠ ବେଙ୍ଗ ହୋଇ ଜନ୍ମ ନିଅନ୍ତି। ତେଣୁ କୁମାରୀ ଝିଅଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ସମୟରେ ଦୋଳି ଖେଳର ମଜା ନେଇଥାନ୍ତି।
ଓଡ଼ିଶାର ଜାତୀୟ ପର୍ବ ରଜ। ବସୁଧା, ପ୍ରକୃତି ମାତାକୁ ପୂଜା କରିବାର ଏକ ଅନନ୍ୟ ପରମ୍ପରା। କୃଷିଭିତିକ ସାମାଜିକ ଚଳଣିରେ ଏକ ଗୁରୁତ୍ୱପୂର୍ଣ୍ଣ ମନୋରଞ୍ଜନର ଆସର ହେଉଛି ରଜ। ରାଜ୍ୟର ଏହି ଗଣପର୍ବକୁ କାହିଁକି ଓ କିପରି ପାଳନ କରାଯାଏ ଆସନ୍ତୁ ଜାଣିବା।