Advertisment

ଡବଲ ମର୍ଡର ଘଟଣାରେ ନୂଆ ଫର୍ଦ୍ଦ ! କୋର୍ଟ ପଚାରିଲେ କାହିଁକି ବିଳମ୍ବ ହେଉଛି ତଦନ୍ତ ? ତୁରନ୍ତ ରିପୋର୍ଟ ଦିଅ

ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କିଛି ଦିନ ପରେ ଘଟଣା ସହ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିଲା ।

author-image
Satyendu Shekher Mishra
undefined

Mahanga Double Murder

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ । ତଦନ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି । କାରଣ ଦର୍ଶାଅ ନୋଟିସ୍ ଜାରି କଲେ ସାଲେପୁର #JMFC କୋର୍ଟ। ତଦନ୍ତ କାହିଁକି ବିଳମ୍ବ ହେଉଛି ଜଣାଇବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଏହାସହ ଜୁନ୍ ୨୦ ତାରିଖ ସୁଦ୍ଧା ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

Advertisment

ସୂଚନାଯୋଗ୍ୟ, ଏହ ଡବଲ ମର୍ଡର ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କିଛି ଦିନ ପରେ ଘଟଣା ସହ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିଲା । ତେଣୁ ଏହି ହତ୍ୟାକାଣ୍ଡକୁ ନେଇ ଏବେ ବି ଲୋକଙ୍କ ମନରେ ନାନା ସନ୍ଦେହ ରହିଛି । ଡବଲ ମର୍ଡର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲକୁ କିଏ କାହିଁକି ମାରିଲା ବୋଲି ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ପୋଲିସ କହିବାନୁଯାୟୀ ପ୍ରଫୁଲ୍ଲଙ୍କ ମୃତ୍ୟୁ ଟ୍ରକ୍‌ ଦୃର୍ଘଟଣା ଯୋଗୁଁ ହୋଇଛି ।

ଅନ୍ୟପଟେ ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ମଧ୍ୟ ରହିଥିଲା । ତେଣୁ ଏହି ଡବଲ ମର୍ଡର ଘଟଣା ଖୁବ୍‌ ଚର୍ଚ୍ଚାକୁ ଆସିଥିଲା । ଏବେ ବି ଏହି ହତ୍ୟାକାଣ୍ଡକୁ ନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ରହିଛି ।

Advertisment

ତେବେ ଏହି ମାମଲାର ତଦନ୍ତ କାହିଁକି ଶିଥିଳ ପଡିଛି ଏବଂ ତଦନ୍ତ କାହିଁକି ବିଳମ୍ବ ହେଉଛି, ସେ ନେଇ ବିଚାର କରିବାକୁ କୋର୍ଟଙ୍କୁ ଗତ ମେ’ ମାସ ୪ ତାରିଖ ଦିନ, ସ୍ୱର୍ଗତ ନିଳମଣି ରାଉତଙ୍କ ପୁଅ ରମାକାନ୍ତ ବରାଳ ଲିଖିତ ନିବେଦନ କରିଥିଲେ । ଏହାକୁ ନେଇ ଏବେ କୋର୍ଟ ତଦନ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଅନ୍ୟପଟେ ସେତେବେଳର ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଏବେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ଫଳରେ ଏବେ କେଉଁ ଅଫିସର ଏହି ତଦନ୍ତର ଭାର ନେଇଛନ୍ତି ଓ ତଦନ୍ତ କାହିଁକି ବିଳମ୍ବ ହେଉଛି ତାହା ରିପୋର୍ଟ ଦାଖଲ ପରେ ଜଣାପଡ଼ିବ।

ସୂଚନାଯୋଗ୍ୟ, ଗତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାରର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା ।

ତେବେ ପୋଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ। ଗତବର୍ଷ ଅଗଷ୍ଟ ୨୫ରେ ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାହାଙ୍ଗା ଥାନା ଅଧିକାରୀକୁ ନିର୍ଦ୍ଦେଶ ଦେଇଥିଲେ।

Advertisment
Advertisment